Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ବିଗ-ବି କହନ୍ତି ଏମିତି ଥିଲା ତାଙ୍କର ସଂଘର୍ଷମୟ ଜୀବନ, ତକିଆ ତଳେ ଲୁଚାଉଥିଲେ ନୂଆ ଯୋତା

29/08/2019 at 9:47 PM

ଆଜିକାଲି ଛୋଟ ପରଦାରେ ବେଶ ଜମିଯାଇଛନ୍ତି ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ। ଟେଲିଭିଜନ ରିୟେଲିଟି ସୋରେ ବିଗ-ବି ଦେଖିବାକୁ ମିଳୁଥିବା ବେଳେ ଛୋଟ ପର୍ଦ୍ଦାର ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରୁଛନ୍ତି। ରିଏଲିଟି ସୋରେ କଳାକାରଙ୍କ ସଂଘର୍ଷର କଥା ପଡିବା ବେଳେ ନିଜ ଜୀବନର ସଂଘର୍ଷମୟ ଅଧ୍ୟାୟକୁ ସର୍ବ ସମ୍ମୁଖରେ କହିବାକୁ ତିଳେବି କୁଣ୍ଠାବୋଧ କରୁ ନାହାନ୍ତି ଅମିତାଭ।

ଏମିତି ଏକ ରିୟଲିଟି ସୋରେ ସେ ତାଙ୍କ ପିଲାଦିନର କଥା ମନେ ପକାଇ ଭାବ ବିହ୍ୱଳ ହୋଇପଡିଥିଲେ। କହିଥିଲେ ସ୍କୁଲରେ ପଢୁଥିବା ବେଳେ ଖେଳିବା ଲାଗି କ୍ରିକେଟ୍ ଟିମ୍ କରୁଥିଲେ। ଏଥିରେ ସଦସ୍ୟ ହେବା ଲାଗି  ପ୍ରତ୍ୟେକଙ୍କୁ ୨ ଟଙ୍କା ସଦସ୍ୟ ଚାନ୍ଦା କରାଯାଉଥିଲା। ତାହା ବି ଜୁଟାଇବା ସମ୍ଭବ ହୋଇପାରୁନଥିଲା। ଏଥିରେ ବ୍ୟାଟ୍, ବଲ ଓ ଭଲ ପୋଷାକ ଜୋତା କଥା ଛାଡ। ଜୋତା କିଣିବାକୁ ପଇସା ମିଳୁନଥିଲା। ଏଥିରେ ଯଦି କେଉଁଠି ମନପସନ୍ଦର ଜୋତାଟେ ମିଳିଗଲା ଖୁବ୍ କଷ୍ଟରେ ପଇସା ଜୁଟାଇ କିଣିଆଣିଲେ ବି ତାକୁ ରାତିରେ ତକିଆ ତଳେ ଲୁଚେଇ ସୋଇବାକୁ ପଡୁଥିଲା ବୋଲି କହିଛନ୍ତି ବିଗ୍ ବି।

ଆଜିର ଦିନରେ ଅମିତାଭଙ୍କ ପାଖରେ ଅନେକ ମହଙ୍ଗା ପୋଷାକ, ଆସୋସେରିଜ ସାଙ୍ଗକୁ ଫୁଟୱେର ବି ଅଛି। ହେଲେ ସେ ଦିନ ସବୁ କିନ୍ତୁ ଏବେ ବି ଭୁଲି ନାହାନ୍ତି ବିଗ-ବି। ଏଥିରେ କଷ୍ଟ କରି ନିଜର ଲକ୍ଷସ୍ଥଳରେ ପହଞ୍ଚୁଥିବା ନୂଆ କଳାକାରଙ୍କୁ ତାଙ୍କ ଜୀବନ ସଂଘର୍ଷର କାହାଣୀ ଉଦାହରଣ ଭଳି ହେଉଛି। ଯାହା ରିଏଲିଟି ସୋର କଳାକାରଙ୍କୁ ବେଶ ଉତ୍ସାହିତ କରିବା ସହ ଦର୍ଶକଙ୍କୁ ମଧ୍ୟ ଅମିତାଭଙ୍କ ବିଶାଳ ମନ ଓ ହୃଦୟ କିଣି ରଖିଛି।  

   Related Posts