ମହିଳା ଦିବସରେ ନିଜ ପରିବାରର ମହିଳାଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ମହାନାୟକ ଅମିତାଭ ବଚ୍ଚନ
8/03/2021 at 5:00 PM

ମୁମ୍ବାଇ ୦୮/୦୩ : ମାର୍ଚ୍ଚ ୮ ତାରିଖରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଏ। ଏହି ଅବସରରେ ସମସ୍ତେ ମହିଳାମାନଙ୍କୁ ଶୁଭକାମନା ଜଣାଇଥାନ୍ତି। ଆଜି ସାରା ବିଶ୍ୱରେ ମହିଳା ଦିବସ ପାଳନ କରାଯାଉଛି। ସୋସିଆଲ ମିଡ଼ିଆରେ ବଲିଉଡର ଅନେକ ସେଲିବ୍ରିଟି ମେସେଜ ସେୟାର କରି ଶୁଭକାମନା ଜଣାଉଛନ୍ତି। ଅନେକ ସେଲିବ୍ରିଟି ସୋସିଆଲ ମିଡ଼ିଆରେ ମହିଳା ଦିବସକୁ ନେଇ ଅନେକ କିଛି ପୋଷ୍ଟ ବି କରିଛନ୍ତି। ଇତି ମଧ୍ୟରେ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ମହିଳା ଦିବସରେ ଏକ ଖାସ ପୋଷ୍ଟ କରିଛନ୍ତି।

ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ସବୁଠାରୁ ପ୍ରିୟ ଓ ପ୍ରେରଣାଦାୟୀ ମହିଳାଙ୍କ ଫଟୋ ସେୟାର କରି ଶୁଭକାମନା ଜଣାଇଛନ୍ତି। ସେ ଲେଖିଛନ୍ତି, କହୁଛନ୍ତି ଆଜି ମହିଳା ଦିବସ ‘women’s day’ ! ମାତ୍ରା ଦିନେ !?? ନା ! ପ୍ରତିଦିନ ନାରୀ ଦିବସ। ଏହାସହ ସେ ଏକ ଗୋଲାପ ଓ ସ୍ନେହଭରା ଇମୋଜୀ ସେୟାର କରିଛନ୍ତି। ସେ ନିଜ ପରିବାରର ମହିଳାମାନଙ୍କ ଫଟୋକୁ କୋଲାଜ୍ କରି ସେୟାର କରିଛନ୍ତି। ସେୟାର କରିଥିବା ଫଟୋରେ ପ୍ରଥମେ ତାଙ୍କ ମା, ତାପରେ ପତ୍ନୀ, ନାତୁଣୀ, ଝିଅ, ବୋହୁ ଓ ନାତୁଣୀ ଆରାଧ୍ୟ ଅଛନ୍ତି।
ନିକଟରେ ବିଗ ବିଙ୍କ ଆଖି ଅପରେସନ ହୋଇଛି। ଅପରେସନ ଖବର ଶୁଣି ତାଙ୍କ ପ୍ରଶଂସକ ତାଙ୍କର ସୁସ୍ଥ କାମନା କରିଥଲେ। ଅପରେସନ ପରେ ସେ ନିଜ ନିଜ ଫଟୋ ସେୟାର କରିଥିଲେ। ଫଟୋ ସେୟାର କରି ସେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ।