Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କେବିସି ସେଟ୍‌ରେ ପ୍ରଶଂସକଙ୍କ ପ୍ରସ୍ତୁତ ଝୋଟି ଦେଖି ଭାବୁକ ହେଲେ ବିଗ୍ ବି : ଫିଲ୍ମ ଇଣ୍ଡଷ୍ଟ୍ରିରେ ପୂରା କଲେ ୫୧ବର୍ଷ

9/11/2020 at 12:42 PM

ମୁମ୍ବାଇ ୯/୧୧: ବଲିଉଡର ମହାନାୟକ ଅମିତାଭ ବଚ୍ଚନ(୭୮) ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବି ସବୁଠୁ ବ୍ୟସ୍ତ ଅଭିନେତା ମଧ୍ୟରୁ ଜଣେ। ଫିଲ୍ମ ବ୍ୟତୀତ ମେଗାଷ୍ଟାର୍ ଲୋକପ୍ରିୟ ଗେମ୍ ଶୋ ‘କୌନ ବନେଗା କରୋଡ଼ପତି ୧୨’ରୁ ଦର୍ଶକଙ୍କ ହୃଦୟରେ ଖାସ୍ ସ୍ଥାନ ସୃଷ୍ଟି କରିଥିଲେ। ଏହି ଶୋ ଅଡିୟନ୍ସଙ୍କୁ କୋଟି କୋଟି ଟଙ୍କା ଜିତାଇବା ସହ ,ଫିଲ୍ମ ଇଣ୍ଡଷ୍ଟ୍ରିର ମହାନାୟକଙ୍କ ସହ ମିଳାଇବାର ଖାସ୍ ସୁଯୋଗ ଦେଇଛି।

ଏହି ଶୋରେ ଅଧିକାଂଶ ପ୍ରଶଂସକ,ଅମିତାଭ ବଚ୍ଚନଙ୍କୁ ଚମତ୍କାର ସରପ୍ରାଇଜ ଦେଇ ସ୍ପେଶାଲ୍ ଫିଲ୍ କରାନ୍ତି। ନିକଟରେ ଅମିତାଭ ବଚ୍ଚନ ଏହା ସହ ଜଡ଼ିତ ଏକ ପୋଷ୍ଟ୍ ସେୟାର କରିଥିଲେ। ପ୍ରକୃତରେ,ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରି​‌ରେ ୨୦୨୦,ନଭେମ୍ବର ୭ତାରିଖରେ ୫୧ବର୍ଷ ପୂରା କରିଛନ୍ତି। ଏହି ଅବସରରେ ଜଣେ ବ୍ୟକ୍ତି ଅମିତାଭଙ୍କ ଝୋଟି କରି ତାଙ୍କୁ ଖୁସି କରିଛନ୍ତି ଏବଂ ସ୍ପେଶାଲ୍ ଫିଲ୍ କରାଇଛନ୍ତି।

‘କେବିସି ୧୨’ର ସେଟ୍‌ରେ ଅମିତାଭ ଫଟୋ ସେୟାର କରି ଲେଖିଛନ୍ତି ଯେ ନା,ଏହା ଏକ ପେଣ୍ଟିଂ ନୁହେଁ,ଏହା ରଙ୍ଗୋଲି ଯାହା ଜଣେ ବ୍ୟକ୍ତି ତାଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୧ବର୍ଷ ପୂରା ହେବା ପରେ କରିଛନ୍ତି। ଝୋଟି ତଳେ ତାରିଖକୁ ପଢ଼ନ୍ତୁ,ନଭେମ୍ବର ୭ ୧୯୬୯ ଏବଂ ନାଁ ସାତ ହିନ୍ଦୁସ୍ତାନୀ। ଏହି ତାରିଖରେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହୋଇଥିଲା। ଏହା ତାଙ୍କୁ ୨୦୨୦ ନଭେମ୍ବର ୭ତାରିଖରେ ପ୍ରେଜେଣ୍ଟ କରାଗଲା।

କେବିସି ୧୨ ଆରମ୍ଭ ହେବା ଦିନରୁ ଟିଆରପି ଲିଷ୍ଟରେ ରହିଛି। ଖୁବ୍ ଶୀଘ୍ର ଏହି ସିଜନରେ ଜଣେ ମହିଳା ୧ କୋଟି ଟଙ୍କା ଜିତିବେ।

   Related Posts