Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଜେପିକୁ ଟାର୍ଗେଟ୍ କଲା କଂଗ୍ରେସ ; ଯେତେବେଳେ ସାରା ଦେଶ କାନ୍ଦୁଥିଲା ମୋଦି ଫଟୋ ସୁଟ୍ କରୁଥିଲେ

21/02/2019 at 4:23 PM

ନୂଆଦିଲ୍ଲୀ ୨୧|୨: ପୁଲୱାମା ଘଟଣାକୁ ନେଇ ଦେଶ ଏବେ ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଆରମ୍ଭ କରିଥିବା ବେଳେ ଏବେ ଦେଶ ଭିତରେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ତେଜ୍ ହେଲାଣି। କାରଣ ସ୍ପଷ୍ଟ ଆଗକୁ ଅଛି ନିର୍ବାଚନ।  କଂଗ୍ରେସ ନେତା ରଣଦୀପ ସୁରଜୱାଲା ଏକ ସାମ୍ବାଦିକ ସମ୍ମିଳନୀରେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସହିଦଙ୍କ ପ୍ରତି ମୋଦିଙ୍କର ସମବେଦନା ନଥିଲା ବରଂ ମୋଦି ନିର୍ବାଚନୀ ଚାଲ ଚଳାଉଥିଲେ ବୋଲି କଂଗ୍ରେସ କହିଛି।

ଏପରିକି କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୫ଟି ପ୍ରଶ୍ନ ପଚାରିଛି। ଏହି ୫ଟି ପ୍ରଶ୍ନରେ ରହିଛି ପ୍ରଥମ ପ୍ରଶ୍ନ ପୁଲୱାମା ଆକ୍ରମଣ ବାବଦରେ କେମିତି ଗୁଇନ୍ଦା ସୂଚନା ମିଳିବାରେ ବିଫଳ ହେଲା । ଦ୍ବିତୀୟ ପ୍ରଶ୍ନ ସିଆରପିଏଫ ଯବାନଙ୍କୁ ବିମାନରେ ନେବା ଲାଗି ଅନୁରୋଧ କରିଥିବା ବେଳେ କାହିଁକି ଏହାକୁ ଧ୍ୟାନ ଦିଆଗଲାନାହିଁ। ତୃତୀୟରେ ଜୈଶ୍-ଏ-ମହମ୍ମଦ ୪୮ ଘଣ୍ଟା ପୂର୍ବରୁ ଭିଡିଓ ଜାରି କରିଥିଲା କିନ୍ତୁ ଏହାକୁ ନଜର ଆନ୍ଦାଜ କରାଗଲା କେମିତି ?  ଚତୁର୍ଥ ପ୍ରଶ୍ନ ଏତେ ପରିମାଣରେ ଆରଡିଏକ୍ସ ଦେଶ ଭିତରେ କାରବାର ହେଲା କେମିତି । ପଞ୍ଚମ ପ୍ରଶ୍ନ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦୀ ଆକ୍ରମଣ ପରେ ବି ମୋଦି ଫଟୋ ସୁଟିଂ କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି । ୫୬ ମାସରେ ୪୮୮ ଜଣ ଯବାନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

   Related Posts