ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଉଲକା ପିଣ୍ଡ: ଘଣ୍ଟା ପ୍ରତି ସାଢେ ୧୩ କିଲୋମିଟର ବେଗରେ ଆସୁଥିବା ୨୦୨୦-ND କାଲି ହେବ ପୃଥିବୀର ନିକଟତର

Published By : Prameya-News7 Bureau | July 23, 2020 IST

ନୂଆଦିଲ୍ଲୀ, ୨୩|୦୭:  ମହାକାଶରେ ଅନେକ ଉଲକାପିଣ୍ଡ ପରସ୍ପର ମଧ୍ୟରେ ଧକ୍କା ହୋଇ ଭାଙ୍ଗିଯାଆନ୍ତି । ଏପରିକି କିଛି ଉଲକା ପିଣ୍ଡ ମଧ୍ୟ ପୃଥିବୀଆଡକୁ କ୍ଷୀପ୍ର ଗତିରେ ମାଡି ଆସିବାର ନଜିର ରହିଛି । ପୃଥିବୀ ପୃଷ୍ଠରେ ଏମାନେ ମାଡ ହେବା ଫଳରେ ଭୂମିକମ୍ପ, ଝଡ-ତୋଫାନ ଆଦି ହେବାର ସମ୍ଭାବନା ମଧ୍ୟ ରହିଛି । ଏହାମଧ୍ୟରେ ଏକ ଉଲକାପିଣ୍ଡ ପୃଥିବୀ ଆଡକୁ କ୍ଷୀପ୍ର ଗତିରେ ମାଡି ଆସୁଥିବା ଅନୁମାନ କରିଛି ନାସା ।

ନାସା କହିଛି ଯେ, ଜୁଲାଇ ୨୪ରେ ଏକ ବଡ ଉଲକାପିଣ୍ଡ ପୃଥିବୀ ଆଡକୁ ମୁହାଁଇଛି । ଯାହା ଅତି ନିକଟ ଦେଇ ଅତିକ୍ରମ କରିବ । ଏହାର ଗତି ରହିଛି ସେକେଣ୍ଟ ପିଛା ୧୩.୫ କିଲୋମିଟର । ଅର୍ଥାତ ଏହା ଘଣ୍ଟାକୁ ୪୮୦୦୦ କିମି ଗତି କରୁଛି ।  ଏହାର ଆକାର ଲଣ୍ଡନ ଆଇରୁ ମଧ୍ୟ ୫୦ ଗୁଣ ବଡ । ଏହାର ନାଁ ହେଉଛି ୨୦୨୦ ଏନଡି । ଏହି ମହାଜାଗତିକ ଘଟଣାକୁ ଜୁଲାଇ ୨୪ରେ ଦେଖିହେବ ।

{"id":304587,"width":683,"height":455,"sizeSlug":"large"}

ସାଧାରଣତଃ ମଙ୍ଗଳ ଓ ବୃହସ୍ପତି ଗ୍ରହର କକ୍ଷରେ ଏପରି ଉଲକାପିଣ୍ଡ ଦେଖିବାକୁ ମିଳିଥାଏ । ଏହାମଧ୍ୟରୁ ବହୁତ କମ ଉଲକା ପିଣ୍ଡ ପୃଥିବୀ ଦେଇ ଅତିକ୍ରମ କରିଥାନ୍ତି । ଫଳରେ ପୃଥିବୀ ପାଇଁ ବିପଦ ବଢିଯାଏ ।

ଏହି ଉଲକାପିଣ୍ଡ ୟୁରୋପର ସବୁଠାରୁ ବଡ ଓ ଉଚ୍ଚତମ ଦୋଳିଠୁ ୫୦ ପ୍ରତିଶତ ବଡ । ଏଥିରୁ ଏହା କେତେ ବିଶାଳ ତାହା ଜାଣିହେଉଛି । ଯଦି ଏହା ପୃଥିବୀ ସହ ଧକ୍କା ହୁଏ ତେବେ ପୃଥିବୀ ଧ୍ୱଂସ ହୋଇପାରେ । ତେବେ ଏହା ପୃଥିବୀ ପୃଷ୍ଠକୁ ସ୍ପର୍ଶ କରି ଅତିକ୍ରମ କରିବ ତେଣୁ ବଡ ବିପଦ ନାହିଁ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.