Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ଫାଶରେ ପଡି ଜୀବନ ହାରିଲେ ଯୁବକ

26/10/2021 at 9:34 AM

କଳାହାଣ୍ଡି,୨୬/୧୦ ବିଦ୍ୟୁତ ଆଘାତରେ ଜଣେ ମୃତ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଥୁଆମୂଳ-ରାମପୁରରେ ।

ସୂଚନା ଅନୁସାରେ, ଥୁଆମୂଳ ରାମପୁର ଥାନା  ବଡଛତ୍ରଙ୍ଗ ଗାଁର ମହେନ୍ଦ୍ର ନାଏକ (୩୫) ଘର ନିର୍ମାଣ ପାଇଁ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ । ତେବେ ବିଦ୍ୟୁତ ଫାଶରେ ପଡ଼ି ସେ ପ୍ରାଣ ହରାଇଥିଲେ । ତାଙ୍କ ମୃତଦେହ ବଡଛତ୍ରଙ୍ଗ ତାସିଗୁଡା ମୁଖ୍ୟ ରାସ୍ତାକଡ ପଡିଆ ବିଜୁଳି ଖୁଣ୍ଟ ନିକଟରୁ ଉଦ୍ଧାର କରାଯାଇଛି। ତେବେ ଘଟଣାସ୍ଥଳରୁ ବାରହା ଶିକାର ପାଇଁ ବିଛାଯାଇଥିବା ତାର ଦେଖିବାକୁ ମିଳିଛି । ଥୁଆମୁଳ ରାମପୁର ପୋଲିସ ଘଟଣାର ତଦନ୍ତ ଜାରି ରହିଛି ।

ସୂଚନଯୋଗ୍ୟ, ଜଙ୍ଗଲରୁ ଜନ୍ତୁ ଶିକାର ପାଇଁ ରାସ୍ତା କଡ଼ ବିଦ୍ୟୁତ ଖୁଣ୍ଟରୁ ତାର ଟାଣି ଫାଶ ବିଛା ଯାଉଛି । ଫଳରେ ଅନେକ ଲୋକ ପୁର୍ବରୁ ଏଭଳି ଅଘଟଣ ଶିକାର ହେଉଥିବା ନଜିର ରହୁଥିଲେ ବି ବାରମ୍ବାର ଏଭଳି ଘଟଣା ଘଟୁଛି।  

   Related Posts