Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

25/07/2021 at 9:08 AM

ନୀଳଗିରି,୨୫/୦୭: ବିଦ୍ୟୁତ ସଂସ୍ପର୍ଶରେ ଲାଗି ଅସ୍ଥାୟୀ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ। କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବଡ଼ବିଲ ଗ୍ରାମରେ ।

ସୂଚନାନୁଯାୟୀ, ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବଡ଼ବିଲ ଗ୍ରାମରେ ଏକ ଫାର୍ମ ହାଉସରେ ବିଦ୍ୟୁତ୍ କାମ କରିବାକୁ ଭାଗିରଥୀ ମାଝୀ ନାମକ ଜଣେ ଅସ୍ଥାୟୀ ବିଦ୍ୟୁତ୍ କର୍ମଚାରୀ ଶଙ୍କର ମଲ୍ଲିକଙ୍କ ସହ ଯାଇଥିଲେ। ସେଠାରେ ବିଦ୍ୟୁତ୍ କାଟ କରି ଭାଗିରଥୀ ସଜାଡ଼ୁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଭାଗିରଥୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେଠାରେ ଟଳି ପଡିଥିଲେ। ତାଙ୍କୁ ତୁରନ୍ତ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଭାଗିରଥୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ମୃତକ ଭାଗିରଥୀ ହେଉଛନ୍ତି ପୂର୍ବତନ ବିଦ୍ୟୁତ କର୍ମଚାରୀ କାଲୁ ମାଝୀଙ୍କ ପୁଅ। ରେମୁଣା ଥାନା ଅଧିନ ଅଯୋଧ୍ୟା ନଗରପାଟଣାରେ ସେ ରୁହନ୍ତି। ସେ ସଜନାଗଡ଼ ବିଦ୍ୟୁତ ଷ୍ଟ୍ରକଚରରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଲାଇନମ୍ୟାନ୍ ଜଣକ ନିଜେ କାମ ନକରି ଭାଗିରଥୀଙ୍କୁ କଣ ପାଇଁ କାମରେ ଲଗାଇଥିଲେ ? ଆଜି ଭାଗିରଥୀଙ୍କର ଜୀବନ ଗଲାପରେ ତାଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ମିଳିବା ମଧ୍ୟ କଷ୍ଟକର ବ୍ୟାପାର ହେବ। ତେବେ ଘଟଣାସ୍ଥଳରେ ବହୁ ସମୟ ଧରି ବିଭଗୀୟ ଅଧିକାରୀ ନପହଞ୍ଚିବାରୁ ପରିବାର ଓ ଗ୍ରାମବାସୀମାନେ ହସ୍ପିଟାଲ ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି। ଘଟଣାର ତଦନ୍ତ କରିବା ସହ କ୍ଷତିପୂରଣ ଦାବିରେ ଏହି ଧାରଣା ଦିଆଯାଇଛି। ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପହଞ୍ଚି ପରିବାରଙ୍କ ଦାବିକୁ ଯଥାର୍ଥ ବୋଲି ଦର୍ଶାଇଥିଲେ। ଉପଜିଲ୍ଲାପାଳ ଓ ଏସଡିପିଓ ମଧ୍ୟ ଉପସ୍ଥିତ ଥିଲେ। ବିଦ୍ୟୁତ ବିଭାଗର ଉଚ୍ଚ ଅଧିକାରୀଙ୍କ ସହିତ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରି ତୁରନ୍ତ କ୍ଷତିପୂରଣ ଦେବାସହ ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ କିଛି ମାସ ପୂର୍ବରୁ ସଜନାଗଡ଼ ଷ୍ଟ୍ରକଚର ଅଧୀନ ନରଣପୁର ଅଞ୍ଚଳର ଜଣେ ଅସ୍ଥାୟୀ କର୍ମଚାରୀର ମୃତ୍ୟୁ ପରେ ବହୁ ତୁମ୍ବିତୋଫାନ ଉଠିଥିଲା। କ୍ଷତିପୂରଣ ବାବଦରେ କାର୍ଯ୍ୟରତ ଲାଇନମ୍ୟାନ କିଛି ଟଙ୍କା ଦେଇ ଖସିଯାଇ ନିଜର ଚାକିରୀ ସୁରକ୍ଷିତ ରଖିବାକୁ ସକ୍ଷମ ହୋଇଥିଲେ। ଏପରିକି ବିଭାଗୀୟ ଏସଡିଓ ଏବଂ ଜେଇଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ବହୁ କଷ୍ଟରେ ସେମାନେ ଘଟଣାକୁ ସମାଧାନ କରି ଖସି ଯାଇଥିଲେ। ପୁଣି ଥରେ ଏଭଳି ଘଟଣାର ପୁନରାବୃତ୍ତି ହୋଇଥିବା ବେଳେ ଅଧିକାରୀଙ୍କ ଅପାରଗତା ପଦାରେ ପଡିଛି।

   Related Posts