ବିଦ୍ୟୁତ ଦରବୃଦ୍ଧିକୁ ବିରୋଧ, ପ୍ରତ୍ୟାହାର ଦାବିରେ କଂଗ୍ରେସର ଗଣଧାରଣା

Published By : Prameya-News7 Bureau | April 05, 2021 IST

ଭଦ୍ରକ,୦୫/୦୪: ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ । ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର ଦାବିରେ କଂଗ୍ରେସର ଗଣଧରଣା ଓ ପ୍ରତିବାଦ । ଭଦ୍ରକ ଜିଲ୍ଲା କଂଗ୍ରେସ ତରଫରୁ ବିଦ୍ୟୁତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି ।

କଂଗ୍ରେସର ବହୁ କର୍ମୀ ଏହି ଗଣଧାରଣାରେ ସାମିଲ ହୋଇଥିଲେ । କାରୋନା ମହାମାରୀ ପାଇଁ ସାଧାରଣ ଜନତାଙ୍କର ଆର୍ଥିକ ମେରୁଦଣ୍ଡ ସଳଖି ନଥିବା ବେଳେ ଏବେ ବିଜୁଳି ଦର ବୃଦ୍ଧି ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ସାଧାରଣ ଲୋକେ ଏହି ଗରମ ସମୟରେ ବର୍ଦ୍ଧିତ ଦରକୁ ଦେଖି ବିଜୁଳି ବ୍ୟବହାର କରି ପାରୁନାହାନ୍ତି ବୋଲି କଂଗ୍ରେସ କହିଛି । ଖୁବ ଶୀଘ୍ର ରାଜ୍ୟ ସରକାର ଏହି ବର୍ଦ୍ଧିତ ଦରକୁ ହ୍ରାସ କରି ଜନସାଧାରଣଙ୍କୁ ଚାପ ମୁକ୍ତ କରିବା ପାଇଁ ଦଳ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.