ବାରହା ମାରିବାକୁ ବିଛାଯାଇଥିଲା ବିଦ୍ୟୁତ ତାର, କରେଣ୍ଟ ଲାଗି ଅକାଳରେ ଚାଲିଗଲା ଯୁବକଙ୍କ ପ୍ରାଣ

Published By : Prameya-News7 Bureau | December 05, 2021 IST

ଝାରସୁଗୁଡା ୦୫/୧୨: ଅଭାବନୀୟ ଘଟଣା । ବାରହା ମାରିବାକୁ ବିଦ୍ୟୁତ ତାର ବିଛାଯାଇଥିବା ଫାସରେ ପଡି ଜଣେ ଯୁବକଙ୍କ ମୃତ୍ୟୁ । ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । ଛତିଶଗଡ ସୀମାନ୍ତବର୍ତ୍ତୀ କନକତୋରା ନିକଟସ୍ଥ ଲୁହାବଗା ଗାଁରେ ଘଟିଛି ଏଭଳି ଘଟଣା ।

ଗତରାତିରେ ଶୌଚ ପାଇଁ ଯାଇଥିବା ବେଳେ ଅଚାନକ ବିଦ୍ୟୁତ ତାର ଫାସରେ ପଡିଯାଇଥିଲେ ଲୁହାବଗା ଗାଁର ୨୨ ବର୍ଷୀୟ ଯୁବକ ଭୂଦେବ ମେହେର । ଫଳରେ ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ମଧ୍ୟରାତ୍ର ପର୍ଯ୍ୟନ୍ତ ପୁଅ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ଭୋରରେ ମୃତ ଅବସ୍ଥାରେ ଭୂଦେବକୁ ପାଇ ରେଙ୍ଗାଲୀ ଥାନାକୁ ଖବର ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାରମ୍ବାର ବାରହା ମାରିବାକୁ ଏଭଳି ବିଦ୍ୟୁତ ତାର ଫାସ ଲଗାଯାଉଥିବାରୁ ଅନେକ ସମୟରେ ଗାଈଗୋରୁ, ଛେଳି, ବାଘର ମୃତ୍ୟୁ ହେବା ସହ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.