Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ସୌମ୍ୟଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବିଦ୍ୟାଭାରତୀ : ‘ଅନ୍ୟ ଯୁବତୀଙ୍କ ସହ ଥିଲା ସମ୍ପର୍କ, ଅଜଣା ନମ୍ବରରୁ ଆସୁଥିଲା କଲ୍’

20/07/2021 at 11:46 AM

ଉଦଳା ୨୦।୭: ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ଦିନକୁ ଦିନ ଘଟଣାରେ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ଏସିଏଫଓ ସୌମ୍ୟଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଭାରତୀ ।

ବୈବାହିକ ଜୀବନଠାରୁ ଆରମ୍ଭ କରି ବ୍ୟାଚଲର ପାର୍ଟି ପର୍ଯ୍ୟନ୍ତ ବିଦ୍ୟାଭାରତୀଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଏହାସହ ସୌମ୍ୟଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।

ବିଦ୍ୟାଭାରତୀଙ୍କ ଅଭିଯୋଗ ଅନୁସାରେ, ସୌମ୍ୟଙ୍କର ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରହିଥିଲା । ଯାହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଏହି ଝଗଡାର ଏକ ଅଡିଓ ମଧ୍ୟ ସେ ଗଣମାଧ୍ୟମକୁ ଦେଇଛନ୍ତି । ତେବେ ସୌମ୍ୟଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିବା ବେଳେ ଆଗକୁ ଘଟଣାରେ କ’ଣ ଟ୍ଵିଷ୍ଟ ଆସୁଛି ତାହାକୁ ଅପେକ୍ଷା ।

ସୋମବାରଠାରୁ ଗଜପତିରୁ ୬ ଜଣିଆ ପୋଲିସ ଟିମ୍ ଖଇରା ଏବଂ କପ୍ତିପଦା ଗୌଡଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହାସହ ତଦନ୍ତ ମଙ୍ଗଳବାର ବି ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି । ସୋମବାର ପୋଲିସ ତଦନ୍ତ କରି ଯିବାପରେ ମଙ୍ଗଳବାର ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀ ।

   Related Posts