Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ବିଦ୍ୟାଭାରତୀଙ୍କ ଗିରଫରେ ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ବାଧକ, ଜମାନବନ୍ଦୀକୁ ନେଇ ଉଠିଲା ପ୍ରଶ୍ନ

27/07/2021 at 7:40 PM

କଟକ ୨୭।୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ପୁଣି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ପରିବାରର ଓକିଲ । ପୋଲିସ ରେକର୍ଡ ମୁତାବକ, ମୃତ୍ୟୁକାଳୀନ ଜମାନବନ୍ଦୀରେ ସୌମ୍ୟ ପୁରା ଘଟଣାକ୍ରମକୁ ଏକ ଦୁର୍ଘଟଣା ବୋଲି କହିଥିଲେ । କିନ୍ତୁ ଉକ୍ତ ଜମାନବନ୍ଦୀ ଆଧାରିତ କୌଣସି ପ୍ରମାଣ ପୋଲିସ ପାଇ ପାରିନାହିଁ ବୋଲି କହିଛନ୍ତି ମୃତ ସୌମ୍ୟଙ୍କ ପରିବାରର ଓକିଲ ।

କିଛି ଅବ୍ୟବହୃତ କାଗଜକୁ ପୋଡ଼ିବା ବେଳେ କିରୋସିନି ଲ୍ଯାମ୍ପ୍ ପଡ଼ିଯାଇଥିବା କୁଆଡେ ସୌମ୍ୟ ନିଜ ଜମାନବନ୍ଦୀରେ ଦର୍ଶାଇଥିଲେ । କିନ୍ତୁ ଘଟଣାସ୍ଥଳରୁ ନା ଲ୍ଯାମ୍ପ୍ ଜବତ ହୋଇଛି, ନାଁ ସେଭଳି ଜଳି ଯାଇଥିବା କାଗଜପତ୍ର ପୋଲିସ ଜବତ କରିଛି । ତେଣୁ ପାରିପାର୍ଶ୍ବିକ ଅବସ୍ଥା ସହ ଜମାନବନ୍ଦୀର ମେଳ ଖାଉନଥିବାରୁ ସନ୍ଦେହ ସୃଷ୍ଟି ହେବା ସ୍ଵାଭାବିକ ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଏହିଭଳି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇପାରିବ ବୋଲି କହିସାରିଛନ୍ତି ବୋଲି ମଙ୍ଗଳବାର ନିଜ ପ୍ରତିକ୍ରିୟାରେ କହିଛନ୍ତି ଓକିଲ ପାର୍ଥସାରଥୀ ନାୟକ । ତେଣୁ ପୋଲିସ ନିଜ ସ୍ବଚ୍ଛତାର ପ୍ରମାଣ ଦେବା ଏବଂ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦେବାକୁ ହେଲେ ବିଦ୍ୟାଭାରତୀଙ୍କୁ ଗିରଫ କରିବାଟା ଜରୁରୀ ବୋଲି ସେ କହିଛନ୍ତି ।

   Related Posts