ଆଉ ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ ! ନେଇପାରେ ପାରଳାଖେମୁଣ୍ଡି

Published By : Prameya-News7 Bureau | August 05, 2021 IST

ଉଦଳା, ୦୫|୦୮:   ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରିରେ ଦିନକୁ ଦିନ ନୂଆ ମୋଡ ସାମ୍ନାକୁ ଆସିବାରେ ଲାଗିଛି । ବେଳେ ମାତ୍ର ଗୋଟିଏ ଦିନ ପୂର୍ବରୁ ବିଦ୍ୟାଭାରତୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଜେରା କରି ପାରଳାଖେମୁଣ୍ଡି ପୋଲିସ ଫେରି ଯାଇଥିଲା ।

ଦୀର୍ଘ ସାଢେ ଚାରି ଘଂଟାର ଜେରା କରି ପୋଲିସ ଫେରିବା ସମୟରେ ପଚାରିଥିବା ପ୍ରଶ୍ନ ଗୁଡିକରୁ ଅନେକ ତଥ୍ୟ ପାଇଥିବା ପୋଲିସ କହିଥିଲା । ଏହା ସହିତ ବିଦ୍ୟାଭାରତୀଙ୍କୁ କଟକ ଏସସିବିରୁ ନେଇ କପ୍ତିପଦା ଫେରିଥିବା ଡ୍ରାଇଭରଙ୍କୁ ମଧ୍ୟ ପୋଲିସ୍ ରାସ୍ତାରେ ଜେରା କରିଛି । ହେଲେ ହଠାତ ପୁଣି ପୋଲିସ ଭୁବନେଶ୍ୱରରୁ କପ୍ତିପଦା ଫେରୁଥିବାର ସୂଚନା ମିଳିଛି । ପାରଳାଖେମୁଣ୍ଡି ପୋଲିସ ଗୁରୁବାର ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ନେବା ନିମନ୍ତେ ଆସିପାରେ ।

ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିଦ୍ୟାଭାରତୀଙ୍କୁ ସାଙ୍ଗରେ ନେଇ ଯିବା ନିମନ୍ତେ ବାହାରି ଆସିଥିବା ସୂଚନା ମିଳିଥିବା ବେଳେ ବିଦ୍ୟାଭାରତୀଙ୍କୁ କଣ ପାଇଁ ପୋଲିସ୍ ନେବ ତାହାକୁ ନେଇ ଅନେକ ପ୍ରଶ୍ନ ଛିଡା କରିଛି । ସିନ ରିକ୍ରିଏସନ ପାଇଁ, ତଦନ୍ତ ପାଇଁ କିମ୍ବା ଅଜ୍ଞାତବାସରେ ରଖି ଜେରା କରିବା ନିମନ୍ତେ ପୋଲିସ ବିଦ୍ୟାଙ୍କୁ ନେବାକୁ ଆସୁଥିବା ଅନୁମାନ କରାଯାଉଛି । ଗୁରୁବାର କପ୍ତିପଦା ପହଁଚିବା ନେଇେ ସୂଚନା ମିଳିଥିଲେ ସୁଦ୍ଧା କେତେବେଳେ ଟିମ୍ ଆସୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏହା ସହିତ କେବଳ ବିଦ୍ୟାଙ୍କୁ ସାଙ୍ଗରେ ନେବେ ନା ପୁଣି ଜେରା କରିବେ ତାହା ମଧ୍ୟ ସନ୍ଦେହରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.