ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ, ଲାଏ ଡିଟେକ୍ସନ୍ ପାଇଁ SFSLରେ ବିଦ୍ୟାଭାରତୀ

Published By : Prameya-News7 Bureau | September 20, 2021 IST

ଭୁବନେଶ୍ବର ୨୦।୯: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ମୃତ୍ୟୁ ରହସ୍ୟ ଉପରି ପରଦା ହଟାଇବାକୁ ପ୍ରାଣପଣେ ଚେଷ୍ଟା କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ । ଶନିବାର ଦିନ ଡିଏଫଓ ସଂଗ୍ରାମକେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ କରାଯାଇଥିଲା । ତେବେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ଭୁବନେଶ୍ବର ସ୍ଥିତ ଫୋରେନସିକ୍ ଲାବୋରେଟୋରୀରେ ପହଞ୍ଚିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ବାପାଙ୍କ ସହ ପହଞ୍ଚିଛନ୍ତି ବିଦ୍ୟାଭାରତୀ ।

ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟରଞ୍ଜନଙ୍କ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ରାଜ୍ୟ ଫୋରେନସିକ୍ ଲାବୋରେଟୋରୀରେ ହୋଇଥିଲା ଲାଏ ଡିଟେକ୍ସନ ଟେଷ୍ଟ । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ କ୍ରାଇମବ୍ରାଞ୍ଚର ତନାଘନା । ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କ ସଂପର୍କ କ’ଣ ? କେତେ ଦିନ ଆଗରୁ ବିଦ୍ୟାଭାରତୀଙ୍କ ସହ ପରିଚୟ ହୋଇଥିଲା ? ସୌମ୍ୟରଞ୍ଜନ ପୋଡି ହେବା ଘଟଣା ଦିନ ଡିଏଫଓ କେତେବେଳେ ଖବର ପାଇଲେ ? ଖବର ପାଇବା ପରେ କେତେ ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲେ ? ଘଟଣାସ୍ଥଳରେ କେତେ ସମୟ ରହିଥିଲେ ? ଏମିତି ପ୍ରଶ୍ନ କରି ଉତ୍ତର ଖୋଜିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ ।

ସେହିପରି ସୌମ୍ୟରଞ୍ଜନଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କୁ ୧୨୦ ମିନିଟରେ ୬୦ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ଶେଷଥର ପାଇଁ କେତେବେଳେ ସୌମ୍ୟରଞ୍ଜନଙ୍କ ସହ ମନ୍ମଥଙ୍କର ଦେଖା ହୋଇଥିଲା ? ସେ ସେଦିନ ସୌମ୍ୟରଞ୍ଜନଙ୍କୁ କ’ଣ ଖାଇବାକୁ ଦେଇଥିଲେ ଖାଇବାକୁ ଦେବାକୁ ଯିବାବେଳେ ସୌମ୍ୟରଞ୍ଜନଙ୍କ ସ୍ଥିତି କିଭଳି ଥିଲା ? ଏଭଳି ଗୁଡେଇତୁଡେଇ ପ୍ରଶ୍ନ କରି ସୌମ୍ୟରଞ୍ଜନଙ୍କ ମୃତ୍ୟୁର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ।

ସୌମ୍ୟରଞ୍ଜନ ମୃତ୍ୟୁର ସତ ଖୋଜୁଛି କ୍ରାଇମବ୍ରାଞ୍ଚ ।  ତଦନ୍ତ ବେଳେ ୨ଟି ପର୍ଯ୍ୟାୟରେ ପାରଳାଖେମୁଣ୍ଡି, ଖଇରା ଓ କପ୍ତିପଦାରେ ପଚରାଉଚରା କରାଯାଇଛି ।  ପୂରା ଘଟଣା ପାଇଁ ବିଦ୍ୟାଭାରତୀ, ଡିଏଫଓ ଏବଂ ରୋଷେୟାଙ୍କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର । ପୋଲିସ କ୍ଲିନ୍‌ ଚିଟ୍‌ ଦେଇ ସାରିଛି । ଏହାପରେ କିନ୍ତୁ ରୋଷେୟା ଓ ଡିଏଫଓଙ୍କୁ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ । ଘଟଣାର ୬୫ଦିନ ପରେ ଡିଏଫଓ ଏବଂ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ଆଜି ବିଦ୍ୟାଭାରତୀଙ୍କ ପାଳି । ମୃତ୍ୟୁ ଆଗରୁ ସୌମ୍ୟରଞ୍ଜନଙ୍କ ଚିକିତ୍ସା କରିଥିବା ଡାକ୍ତର, ତହସିଲଦାର ଏବଂ OIC ମମତା ପଣ୍ଡାଙ୍କର ମଧ୍ୟ ଲାଏ ଡିଟେକସନ୍ ଟେଷ୍ଟ କରିବାରୁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ ବଡ ଭାଇ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.