Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ସମ୍ବଲପୁରୀ ଶାଢିରେ ଅଭିନେତ୍ରୀ ବିଦ୍ୟା ବାଲନ୍‌…

31/07/2020 at 8:05 AM

ସମ୍ବଲପୁର୩୧/୭:  ପଶ୍ଚିମ ଓଡିଶାର ସଂସ୍କୃତି ଓ କଳାକୁ ପୁଣି ଜାତୀୟ ସ୍ତରରେ ସମ୍ମାନ ମିଳିଛି । ଦେଶ ତଥା ବିଦେଶରେ ଓଡିଶା ସମ୍ବଲପୁରୀ ଶାଢୀର ଚାହିଦା ବଢୁଥିବା ବେଳେ ଆଉ ଇତିହାସ ସୃଷ୍ଟି କରିଛି ସମ୍ବଲପୁରୀ ଶାଢୀ । ଅଭିନେତ୍ରୀ ଆମ ରାଜ୍ୟର  କଳା ଓ ସଂସ୍କୃତି ସହିତ ଜୋଡି  ଦେବା ସହ ସମ୍ବଲପୁରୀ ଶାଢୀର ପ୍ରଚାର ଓ ପ୍ରସାର ପାଇଁ ଆଗେଇ ଆସିଛଛନ୍ତି  । ସୋନପୁର ବୁଣାକାରଙ୍କ ହାତବୁଣା ସମ୍ବଲପୁରୀ ଶାଢୀ ଓଡିଶା କାହିଁକି ଭାରତରେ ନାଁ ରହିଛି  ।ଶୁକ୍ଷ୍ମ ପାଟ ସୁତା ତିଆରୀ ସମ୍ବଲପୁରୀ ସାଢୀ ସମସ୍ତଙ୍କ ପସନ୍ଦ  ।

ଏବେ ଏକ ସମ୍ବଲପୁରୀ ଶାଢୀର ନୁାଆଁ  ଲୁକରେ ହିନ୍ଦୀ ଚଳଚିତ୍ର  ଅଭିନେତ୍ରୀ ବିଦ୍ୟା ବାଲନ । ସେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର କେନ୍ଦୁପାଲି ଗାଁରେ ବୁଣାକର ରମାକାନ୍ତ ମେହେର ବିଦ୍ୟା ପିନ୍ଧିଥିବା ସମ୍ବଲପୁରୀ ଶାଢୀକୁ  ବୁଣିଛନ୍ତି  ।ସେ ତାଙ୍କ ଆଗାମୀ ଚଳଚିତ୍ର ଶକୁନ୍ତଳା ଦେବୀର  ସମ୍ବଲପୁରୀ ଶାଢୀ ପିନ୍ଧି  ଇ-ପ୍ରମୋସନ କରିଛନ୍ତି  ।  ସେ ପିନ୍ଧିଥିବା ସମ୍ବଲପୁରୀ ଶାଢିର ଏକ ଫଟୋ ଏବଂ ଭିଡିଓକୁ ପୋଷ୍ଟ କରିଛନ୍ତି  ।ସୋନପୁର ଜିଲ୍ଲାରର ରମାକାନ୍ତ ମହେରକୁ ଏହି ବାନ୍ଧ  ଶାଢିକୁ  ବୁଣିବାକୁ ଏକ ମାସ ସମୟ  ଲାଗିଥିଲା  ।ଏହି ଭିଡଓ ଓ ଫଟୋ ସୋସିଆଲ ମିଡିଆରେ  ନେଇ ଚାରିଆଡେ ଚର୍ଚ୍ଚା  ।

   Related Posts