ବିଦ୍ୟୁତ ଆଘାତରେ ପ୍ରାଣ ହରାଇଲେ ମହିଳା

Published By : Prameya-News7 Bureau | February 05, 2020 IST

କେନ୍ଦୁଝର ୦୫।୦୨: ବିଦ୍ୟୁତ ଆଘାତରେ ଜଣେ ମୃତ । କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେମଶଢା ଗାଁରେ ଘଟିଛି ଘଟଣା । ମୃତକ ସୁମିତ୍ରା ମହାନ୍ତ ।  ଘଟଣାସ୍ଥଳରେ ସଦର ଥାନା  ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

କେମଶଢା ଗାଁର ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ କାର୍ଯ୍ୟରତ ଥିବା ରୋଷେୟାଙ୍କ ସ୍ତ୍ରୀ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । କୌଣସି କାର୍ଯ୍ୟ ପାଇଁ ୱାଟର ହିଟରରେ ପାଣି ଗରମ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗିଥିଲା, ପରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପଟାଇଛି । ରିପୋର୍ଟ ଆସିବା ପରେ କେଉଁ କାରଣ ରୁ ମୃତ୍ୟୁ ହୋଇଛି ତାହା ଜଣାପଡିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.