ବିଦ୍ୟୁତ ଆଘାତରେ ଜଣେ ମୃତ, ଚାରି ଆହତ : ପରିବା କ୍ଷେତରେ ବିଛାଯାଇଥିଲା ବିଦ୍ୟୁତ ତାର

Published By : Prameya-News7 Bureau | March 09, 2020 IST

ବ୍ରହ୍ମପୁର ୦୯।୦୩ : ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧ ଗାଁରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବଂ ସେମାନଙ୍କ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାଗିଁ ।

{"id":235274,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁଣ୍ଠବନ୍ଧ ଗାଁରେ ଥିବା ପରିବା କ୍ଷେତରେ ବିଦ୍ୟୁତ ତାର ବିଛାଯାଇଥିଲା । ତେବେ କୌଣସି କାମରେ ଯାଇଥିବା ଏହି ପାଞ୍ଚଜଣ ବିଦ୍ୟୁତ ତାର ବିଛା ହୋଇଥିବା ଜାଣିପାରିନଥିଲେ । ତେବେ କ୍ଷେତରେ ଯିବା ସମୟରେ ସେମାନଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଏବଂ ସମସ୍ତେ ତଳେ ପଡିଯାଇଥିଲେ । ତେବେ ସ୍ଥାନୀୟଲୋକ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପାଞ୍ଚଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ମେଡିକାଲରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଏଭଳି ଅଘଟଣ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.