ଏପ୍ରିଲ୍ ୨୨ରେ ବିବାହ କରିବେ ଜ୍ୱାଲା ଗୁଟ୍ଟା-ବିଷ୍ଣୁ ବିଶାଲ,ଟ୍ୱିଟ୍ କରି କହିଲେ ଏମିତି

Published By : Prameya-News7 Bureau | April 13, 2021 IST

ନୂଆଦିଲ୍ଲୀ ୧୩/୦୪: ତାମିଲ ଫିଲ୍ମ ସୁପରଷ୍ଟାର ବିଷ୍ଣୁ ବିଶାଲ ଏବଂ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ତାଙ୍କର ବିବାହ ତାରିଖ ଘୋଷଣା କରିଛନ୍ତି । ଦୁଇଜଣ ଏହି ମାସ ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟ ଷ୍ଟାର ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେମାନଙ୍କ ଫ୍ୟାନ୍ସମାନଙ୍କ ସହ ଏହି ସୂଚନା ସେୟାର କରିଛନ୍ତି ।

{"width":598,"height":359}

ଅଭିନେତା ବିଷ୍ଣୁ ବିଶାଲ ଟ୍ୱିଟରରେ ବିବାହ କାର୍ଡ ସେୟାର କରି ଲେଖିଛନ୍ତି, "ଜୀବନ ହେଉଛି ଏକ ଯାତ୍ରା ... ଏହାକୁ ଆଲିଙ୍ଗନ କର ... ବିଶ୍ୱାସ ରଖ ଏବଂ ଆଗକୁ ବଢ ... ଆପଣଙ୍କ ଭଲପାଇବା ଏବଂ ସମର୍ଥନ ସବୁଥର ପରି ଆବଶ୍ୟକ ।" ଏଥି ସହିତ ଜ୍ୱାଲା ଏବଂ ବିଶାଲ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ବିବାହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସମାରୋହ ହେବ । ଯେଉଁଥିରେ କେବଳ ପରିବାର ଏବଂ ନିକଟତର ସମ୍ପର୍କୀୟଙ୍କୁ ଅନ୍ତର୍ଭୁକ୍ତ କରାଯିବ । ବିଷ୍ଣୁ ବିଶାଲା ଏବଂ ଜ୍ୱାଲା ଗୁଟ୍ଟା ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ । ଗତ ବର୍ଷ ଜୱାଲାଙ୍କ ୩୭ ତମ ଜନ୍ମଦିନ ଅବସରରେ ଏହି ଦମ୍ପତି ବିବାହ କରିଥିଲେ । ପରେ ଦୁହେଁ ପରସ୍ପରକୁ ଛାଡପତ୍ର ମଧ୍ୟ ଦେଇଥିଲେ, ଏବେ ନିଜ ଜୀବନକୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି ।

{"width":599,"height":749}

ଗତ ମାସରେ, ବିଷ୍ଣୁ କହିଥିଲେ ଯେ ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତା’ପରେ ବିବାହ ପ୍ରଶ୍ନ ଉପରେ ସେ କହିଥିଲେ ଯେ, 'ଆମେ ଶୀଘ୍ର ବିବାହ କରିବାକୁ ଯାଉଛୁ । ମୁଁ ଏହା ଉପରେ ବହୁତ ଖୁସି ଏବଂ ଉତ୍ସାହିତ ଅଛି । ମୁଁ ଶୀଘ୍ର ବିବାହ ତାରିଖ ଘୋଷଣା କରିବି । ' ଶେଷରେ ବିଷ୍ଣୁ ତାଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି । ବିଷ୍ଣୁ ବିଶାଲ ମଧ୍ୟ ଜଣେ ସ୍ପୋର୍ସ ପରର୍ସନ ଥିଲେ । ସେ କ୍ରିକେଟ୍ ଖେଳିବା ସହିତ ଏମବିଏ ମଧ୍ୟ କରୁଥିଲେ । ତେବେ ପରେ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ତାମିଲ ସିନେମାକୁ ବିଷ୍ଣୁ ଏକରୁ ଅଧିକ ଫିଲ୍ମ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.