ଆସନ୍ତା ମଙ୍ଗଳବାର ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ

Published By : Prameya-News7 Bureau | September 02, 2018 IST

ଭୁବନେଶ୍ୱର ୨/୯ : ମଙ୍ଗଳବାର ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ବିରୋଧୀ ଓ ସରକାରଙ୍କ ଭିତରେ ଏଥର ଜୋରଦାର ଲଢ଼େଇ ହେବ। ଅଧିବେଶନ ୧୧ ଦିନ ବସୁଥିଲେ ବି ସରକାରଙ୍କୁ ଏଥର ମାଫ ଦେବେନି ବିରୋଧୀ ।କାରଣ ସରକାର ଆବଶ୍ୟକତା ରହିଛି। ବିଧାନସଭା ପରିଷଦ ସଂକଳ୍ପ ବିଧାନସଭାରେ ଆଗତ ହେବ। ବିରୋଧୀଙ୍କ ସଂଖ୍ୟା କମ ଥିଲେ ବିରୋଧୀ ନାକ ମୋଡିବେ ନିଶ୍ଚୟ। କାରଣ ସରକାରଙ୍କୁ ବାଧ୍ୟ କରିବେ ବିରୋଧୀଙ୍କ କଥା ଶୁଣିବାକୁ । ଫସଲ ବୀମା, ଶିକ୍ଷକ ସମସ୍ୟା, ଲେକାୟୁକ୍ତ ନିଯୁକ୍ତିକୁ ନେଇ ସରକାରଙ୍କୁ ନାକେଦମ କରିବାକୁ ଯୋଜନା କରିଛି ଦଳ। ଗତ ଅଧିବେଶନରେ ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମ କୋର୍ଟକୁ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ କରିଥିଲା କଂଗ୍ରେସ। ଯାହାକୁ ନେଇ ଦୁଇ ଦିନ ଧରି ବିଧାନସଭାରେ ବିରୋଧୀ ହଙ୍ଗମା କରିଥିଲେ। ଏଥର ବି ସରକାରଙ୍କୁ ନାକରେ ପାଣି ପିଆଇବେ ବିରୋଧୀ।କାରଣ ୩ମାସ ଭିତରେ ଲୋକୟୁକ୍ତ ନିଯୁକ୍ତି କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲେ। ଦେଢ଼ ମାସ ବିତିଲାଣି କିଛି ହୋଇନି। ଫସଲ ବୀମାକୁୀ ଚାଷୀ ଓ ଶିକ୍ଷକ ମାନେ ତାଙ୍କ ସମସ୍ୟାକୁ ନେଇ ରାଜରାସ୍ତାରେ ବସିଛନ୍ତି। ଯାହା ସରକାରଙ୍କୁ ଅଡୁଆରେ ପକାଇବ। ସରକାରଙ୍କ ପାଇଁ ଏହି ଅଧିବେଶନ ଅତ୍ୟନ୍ତୁ ଗୁରୁତ୍ବ ପୂର୍ଣ୍ଣ। ଅତିରିକ୍ତ ବିଜେଟ ସାଙ୍ଗକୁ ବିଧାନ ପରିଷଦ ସଙ୍କଳ୍ପ ପାରିତ କରିବାକୁ ଯୋଜନା କରିଛନ୍ତି ସରକାର। ବିଧାନସଭାରେ ଛତ୍ରଭଙ୍ଗ ନ ଦେଇ ବିରୋଧୀ ଆଣୁଥିବା ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି ସଂସଦୀୟ ମନ୍ତ୍ରୀ। ଏହା ସହ ବିରୋଧୀଙ୍କୁ ଚକମା ଦେବା ପାଇଁ ସରକାରୀ ଦଳ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ମହାନଦୀ ପ୍ରସଙ୍ଗ, ପୋଲାଭରମ ଏବଂ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିବେ । ବିରୋଧୀଙ୍କ ଚାପରେ ଚପି ନ ଯାଇ କିଭଳି ବିରୋଧୀଙ୍କୁ ମନେଇ ସରକାରଙ୍କ ତାଙ୍କ କାର୍ଯ୍ୟ କରିବେ ତାଉପରେ ଏଥର ଅଧିକ ଧ୍ୟାନ ଦେବ ସରକାରୀ ଦଳ। ବିଧାନସଭା ରଣନୀତି ପ୍ରସ୍ତୁତ କରିବାକୁ ଆସନ୍ତାକାଲି ଅପରାହ୍ନ ୫ଟା୩୦ରେ ବିଧାନସଭାରେ ବସିବ ବିଜେଡି ବିଧାୟକ ଦଳ ବୈଠକ ଏବଂ ୬ଟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସୁଥିବା ବେଳେ ବିଜେପି ବିଧାୟକ ଦଳ ବୈଠକ ଅପରାହ୍ନ ୩ଟାରେ ରାଜ୍ୟ କାର୍ଯ୍ୟଳୟରେ ବସିବ। ଏହ ସହ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ସମ୍ମାନରେ ମଙ୍ଗଳବାର ଦିନ ଶୋକ ପ୍ରସ୍ତାବ ଆଣିବା ସହ ଗୋଟିଏ ଦିନ ପାଇଁ ବିଧାନ ସଭା କାର୍ଯ୍ୟକ୍ରମକୁ ମୁଲତବୀ ରଖିବାକୁ କାଲି ବସିବ ବିଧାସଭା କାର୍ଯ୍ୟ ପରାର୍ମଶଦାତା କମିଟି ବୈଠକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.