Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ : ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ

15/09/2020 at 1:48 PM

ଭୁବେନଶ୍ବର ୧୫/୯: ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ । ଅକ୍ଟୋବର ୭ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏଥିରେ ୮ଟି କାର୍ଯ୍ୟ ଦିବସ ରହିବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଥିବାରୁ ସେହିଦିନ ଅଧିବେଶନ ଛୁଟି ରହିବ । ଅଧିବେଶନ ନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ ।

 ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୁଲତବୀ ଉପରେ ନିଷ୍ପତ୍ତି ଖୁବଶୀଘ୍ର ଆସିଯିବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହେବ । ଗୃହ ଭିତରେ ସାମାଜିକ ଦୂରତା ନିୟମ ପାଳନ କରାଯିବା ନେଇ ବ୍ୟବସ୍ଥା କରାଯାଉଛି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବୟସ୍କ ବିଧାୟକମାନେ NIC, OCAC, ଏବଂ ଜିଲ୍ଲାପାଳଙ୍କ ଭିସି ହଲ୍ ରେ ରହିବେ । ଦର୍ଶକ ଗ୍ୟାଲେରିରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯିବ । ବିଧାନସଭା ଭିତରକୁ ଗଣମାଧ୍ୟମ ପ୍ରତିନିଧି ଯିବା ନେଇ ୨ ଦିନ ଭିତରେ ନିଷ୍ପତ୍ତି ନିଆଯିବ । ଏବେ ସୁଦ୍ଧା ରାଜ୍ୟର ୨୯ ବିଧାୟକ, ୭ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।

   Related Posts