Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଲିଠୁ ବିଧାନସଭାର ବଜେଟ ଅଧିବେଶନ: କଂଗ୍ରେସ ପ୍ରଥମେ ଉଠାଇବ ରାଜନୈତିକ ପ୍ରସଂଗ, ବିଜେଡି-ବିଜେପି ଭିତିରିଆ ସମ୍ପର୍କ ନେଇ କରିବ ପ୍ରଶ୍ନ

ଭୁବନେଶ୍ବର୨୪|୬: କାଲିଠୁ ଆରମ୍ଭ  ହେବ ବିଧାନସଭାର ବଜେଟ ଅଧିବେଶନ । ବିଧାନସଭା ସୁରୁଖୁରରେ ଚଳାଇବା ପାଇଁ ବାଚସ୍ପତି ବୈଠକ ଡାକି ଉଭୟ ଶାସକ ଓ ବିରୋଧୀ ଦଳଙ୍କ ସହିତ ଆଲୋଚନା କରିସାରିଛନ୍ତି । ଏପଟେ ବିରୋଧୀ ସରକାରଙ୍କୁ ଘେରିବା ପାଇଁ  ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ସାମ୍ନା କରିବା​‌ ପାଇଁ ତୟାର ହୋଇଛି।

କାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ।। ବିଧାନସଭା ସୁରଖୁରରେ ଚଳାଇବା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ବୈଠକରେ ବିରୋଧୀ ଦଳ ପକ୍ଷରୁ ଅନେକ ପ୍ରସ୍ତାବ ଦିଆଯାଇଛି । ଗୋଟିଏ ମୁଲତବୀ ପ୍ରସ୍ତାବ ବଦଳରେ ଦୁଇଟି ମୁଲତବୀ ପ୍ରସ୍ତାବ, ପ୍ରତିଦିନ ଧ୍ୟାନ ଆକର୍ଷଣ ନୋଟିସ ଏବଂ ସଟ ନୋଟିସ ଆଣିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ସହିତ ବିରୋଧୀ ଦଳକୁ ତାର ମାନ୍ୟତା ଦେବାକୁ ପ୍ରସ୍ତାବ ରଖିଥିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।

ଏପଟେ ବାଚସ୍ପତି କହିଛନ୍ତି ଏହି ସବୁ ପ୍ରସ୍ତାବ ଉପରେ ଆଇନ ଅନୁଯାୟୀ ତର୍ଜମା କରି ପଦକ୍ଷେପ ନିଆଯିବ । ବିଧାନସଭା ଶାନ୍ତି ଶୃଙ୍ଖଳାର ସହ କିଭଳି ଚାଲିବ ସେ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ସହିତ ଆଲୋଚନା ହୋଇଛି ।

ଏପଟେ ବିଧାନସଭା ପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ମାନେ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେପି କହିଛି ବିଧାନସଭା ବାହାରେ ବୁଝାମଣା ହୋଇଛି । କିନ୍ତୁ ଭିତରେ  କିଛି ବୁଝାମଣା ହୋଇନି। ସରକାର ବିରୋଧରେ ସ୍ବର ଶାଣିତ ହେବ।ଧାନର ଅଭାବୀ ବିକ୍ରୀ ଠାରୁ ଆରମ୍ଭ କରି ଚାଷୀ ସମସ୍ୟା, ଆଇନ୍ ଶୃଙ୍ଖଳା ଅବ୍ୟବସ୍ଥା, ଫନି ପୁନର୍ଗଠନ କାର୍ଯ୍ୟରେ ବିଳମ୍ବ ପ୍ରସଙ୍ଗ ଗୃହରେ ଉଠାଇବ ବିଜେପି ।

ଏପଟେ କଂଗ୍ରେସ କହିଛି ବିଧାନସଭାରେ ପ୍ରଥମେ ରାଜନୈତିକ ପ୍ରସଙ୍ଗ ଉଠିବ । ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେଡି ବିଜେପି ଭିତରେ କଣ ଖୋଲା ବୁଝାମଣା  ହୋଇଛି ସେ ପ୍ରସଙ୍ଗ ଉଠିବ ।ଏପଟେ ଶାସକ ଦଳ ସଦସ୍ୟ କହିଛନ୍ତି ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ସେ ନେଇ ଆଲେଚନା କରିବାକୁ ପ୍ରସ୍ତୁତ ଅଛୁ।

ଏହି ବଜେଟ ଅଧିବେଶନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ଏବଂ ଦ୍ବିତୀୟ ପ୍ରର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଅଗଷ୍ଟ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୮ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଜୁଲାଇ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲା ଗୃହରେ ପାରିତ ହେବ।

75 Views

   ସମ୍ବନ୍ଧିତ ଖବର