Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଓଡିଶାରେ ବିଧାନ ପରିଷଦ : ଜାଣନ୍ତୁ କିଏ ଓ କେମିତି ହେବେ ସଦସ୍ୟ

18/07/2018 at 12:34 PM

ଓଡିଶାରେ ବିଧାନ ପରିଷଦ ପ୍ରତିଷ୍ଠା ହେବା ପ୍ରାୟତଃ ସ୍ପଷ୍ଟ ହେବାରେ ଲାଗିଛି । ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନରେ ଏନେଇ ବିଲ ଆସିପାରେ । ବିଭିନ୍ନ ରାଜ୍ୟ ବ୍ରମଣ କରି ସେ ରାଜ୍ୟଗୁଡିକରେ ବିଧାନ ପରିଷଦର କାର୍ଯ୍ୟକାରିତା ଅନୁଧ୍ୟାନ କରି ଫେରିବା ପରେ ଏଥିପାଇଁ ଗଠିତ ୫ଜଣିଆ କମିଟିର ଅଧ୍ୟକ୍ଷ ନୃସିଂହ ସାହୁ ସୂଚନା ଦେଇଛନ୍ତି । କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବା ଆଶା କରାଯାଉଛି । ସୂଚନାୟୋଗ୍ୟ ଯେ, ୨୯ଟି ରାଜ୍ୟ ମଧ୍ୟରୁ ୭ଟି ରାଜ୍ୟରେ ବିଧାନ ପରିଷଦ ରହିଛି | ସେଗୁଡିକହେଲା- ଆନ୍ଧ୍ରପ୍ରଦେଶ, ବିହାର, ଜାମ୍ମୁକାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ |
ଏଥି ସହିତ ଆସାମ ଏବଂ ରାଜସ୍ଥାନ ନିଜନିଜ ରାଜ୍ୟରେ ବିଧାନପରିଷଦ ଗଠନପାଇଁ ସଂସଦୀୟ ସ୍ୱିକୃତୀ ହାସଲକରିସାରିଛନ୍ତି |
ସମ୍ୱିଧାନ ଅନୁସାରେ କୌଣସି ରାଜ୍ୟର ବିଧାନ ପରିଷଦ ସଦସ୍ୟ ସଂଖ୍ୟା୪୦ରୁ କମ ହେବନାହିଁ ବାବିଧାନସଭା ସଦସ୍ୟ ସଂଖ୍ୟାର ଏକତୃତୀୟାଂଶରୁ ଅଧିକ ହେବନାହିଁ |
ସେହି ଅନୁସାରେ ଓଡିଶାରେ ବିଧାନପରିଷଦ ହେଲେ ଏହାର ସଦସ୍ୟ ସଂଖ୍ୟା ୪୯ ହେବ |
ବିଧାନସଭାର ସଦସ୍ୟମାନେ ପରୋକ୍ଷ ନିର୍ବାଚନ ଓ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବାର ନିୟମ ରହିଛି |
ସମୁଦାୟସଦସ୍ୟସଂଖ୍ୟାରଏକତୃତୀୟାଂଶପୌରପରିଷଦ, ଗ୍ରାମପଂଚାୟତ, ଗ୍ରାମସଭା, ପଂଚାୟତ ସମିତି ଓ ଜିଲ୍ଲା ପରିଷଦ ଭଳି ଅନୁଷ୍ଠାନ ଦ୍ୱାରା ନିର୍ବାଚିତ ହେବେ |
ସେହିଭଳି ଏକ ତୃତୀୟାଂଶ ସଭ୍ୟଙ୍କୁ ବିଧାନସଭା ସଦସ୍ୟମାନେ ନିର୍ବାଚିତ କରିପାରିବେ |
ସମୁଦାୟ ସଦସ୍ୟଙ୍କ ମଧ୍ୟରୁଏକ ଷଷ୍ଠାଂଶ ରାଜ୍ୟପାଳ, ସାହିତ୍ୟ, ସଂସ୍କୃତି, ଶିକ୍ଷା, ବିଜ୍ଞାନ, କାରିଗରୀ କୌଶଳ ଆଦି କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିଙ୍କୁ ମନୋନୀତ କରିପାରିବେ |
ସମୁଦାୟ ସଦସ୍ୟଙ୍କ ମଧ୍ୟରୁ ଏକ ଦ୍ଵାଦସାଂଶ ରାଜ୍ୟରେ ୩ବର୍ଷ ଧରି ରହୁଥିବେ ଏବଂ ସ୍ନାତକ ହାସଲ କରିଥିବା ବ୍ୟକ୍ତି ବିଶେଷକଙ୍କ ଦ୍ୱାରା ନିର୍ବାଚିତ ହେବେ |
ଅବଶିଷ୍ଟ ଏକ ଦ୍ଵାଦସାଂଶ ଶିକ୍ଷକତା କ୍ଷେତ୍ରରେ ୩ବର୍ଷରୁ ଅଧିକ ସମୟ ଧରି ରହିଥିବା ଶିକ୍ଷକ ଙ୍କ ଦ୍ୱାରା ନିର୍ବାଚିତ ହେବେ | ଏହି ଶିକ୍ଷକମାନେ ମାଧ୍ୟମିକ ଶିକ୍ଷା ଓ ତଦୁର୍ଦ୍ଧ୍ବ ଶ୍ରେଣୀର ଶିକ୍ଷକ ହୋଇଥିବା ଆବଶ୍ୟକ |

   Related Posts