Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବିଧବା ମହିଳାଙ୍କୁ ମାଡ, ଚରିତ୍ରକୁ ସନ୍ଦେହ କରି ହାତଗୋଡ ବାନ୍ଧି ପିଟିଲେ ପଡୋଶୀ

14/06/2021 at 9:49 AM

ଉଦଳା, ୧୪/୦୬:  ସନ୍ଦେହର କରୁଣ ପରିଣତି । ଜଣେ ବିଧବା ମହିଳାଙ୍କ ଚରିତ୍ରକୁ ସନ୍ଦେହ କରି ପଡୋଶୀ ମହିଳା ଏବଂ ପୁରୁଷ ମିଳିତ ଭାବେ ମହିଳାଙ୍କ ହାତଗୋଡ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଂଟା ଥାନା ଅଧିନ କାଳିଆପଦା ଗ୍ରାମରେ ।

ସୂଚନା ଅନୁସାରେ, ଗ୍ରାମର ଜଣେ ମହିଳାଙ୍କ ସ୍ଵାମୀଙ୍କ ମୃତ୍ୟୁ ହେବା ପରେ ତିନି ଜଣ ପିଲାଙ୍କୁ ପୋଷିବା ନିମନ୍ତେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କ ପଡୋଶୀ ଘର ଲୋକେ ତାର ଚରିତ୍ରକୁ ସନ୍ଦେହ କରିଥିଲେ । ସନ୍ଦେହ ଏତେ ଉଗ୍ରରୂପ ନେଲା ଯେ ପଡୋଶୀ ଘରର ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଉକ୍ତ ବିଧବା ମହିଳାଙ୍କ ହାତଗୋଡ ବାନ୍ଧି ଦେବା ସହିତ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏପରିକି ଏହି ଘଟଣା ବାବଦରେ ପୋଲିସ୍‌ ନିକଟରେ ଅଭିଯୋଗ କରିଲେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

ଯାହାଫଳରେ ଘଟଣା ଘଟିବାର ୫ ଦିନ ପରେ ମହିଳା ଜଣକ ଏନେଇ ଖୁଂଟା ଥାନା ଅଧିନ କୁଆମରା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଚାରି ଜଣ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି । 

   Related Posts