ବିଧବା ମହିଳାଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ, ଜଣେ ଅଟକ

Published By : Prameya-News7 Bureau | May 01, 2021 IST

ମାହାଙ୍ଗା, ୦୧।୦୫:  ମହିଳାଙ୍କୁ ଭୟଭୀତ କରାଇ ତାଙ୍କ ନାବାଳିକା ଝିଅକୁ ମାସେରୁ ଅଧିକ ସମୟ ଧରି ଗଣଦୁଷ୍କର୍ମ କରିବା ଭଳି ସାଙ୍ଘାତିକ ଅଭିଯୋଗ । ଏନେଇ କଟକ ଜିଲ୍ଲା ମାହାଙ୍ଗା ଥାନାରେ ପୀଡ଼ିତାଙ୍କ ବଡ଼ ଭଉଣୀ ଅଭିଯୋଗ ଆଣିଛନ୍ତି l ଅଭିଯୋଗର ୫ ଦିନ ପରେ ଜଣକୁ ଅଟକ ରଖାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମାନବାଧିକାର କର୍ମୀ ଓ ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି।

ସୂଚନା ଅନୁସାରେ, କଟକ ମାହାଙ୍ଗା ଥାନା ଅଞ୍ଚଳର ଜଣେ ବିଧବା ମହିଳା ପରିବାର ସହ ରୁହନ୍ତି । ତାଙ୍କ ଘରକୁ ଗଣେଶ୍ୱର ଦଳାଇ ନାମକ ଜଣେ ବ୍ୟକ୍ତି ଆସୁଥିବା ବେଳେ, ସେ ମହିଳାଙ୍କ ନାବାଳିକା ଝିଅକୁ ଭୟ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଭୟରେ ପୀଡ଼ିତା ଜଣକ ଏ ନେଇ ନିଜ ମାଆକୁ ଜଣାଇନଥିଲେ । ଶେଷରେ ସେ ତାଙ୍କ ବଡ଼ ଭଉଣୀଙ୍କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏନେଇ ୨୫ ତାରିଖ ଦିନ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ୫ ଦିନ ପରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ବେଳେ, ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.