Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ: ପାଣି ଭିତରୁ ବିଧବା ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

24/06/2020 at 8:08 PM

ସୋର ୨୪।୦୬: ବିଧବା ମହିଳାଙ୍କ ଉଲଗ୍ନ ମୃଦଦେହ ଉଦ୍ଧାର। ତାଙ୍କର ମୃତ୍ୟୁ ନେଇ ସନ୍ଦେହ ସୃ୍ଷ୍ଟି ହୋଇଥିବା ବେଳେ ପାଣି ଭିିତରୁ ତାଙ୍କ ଉଲଗ୍ନ ମୃତଦେହ ଉଦ୍ଧାରକୁ ନେଇ ସୋର ବାସୁଦେବପୁର ଅଞ୍ଚଳରେ ନାନାକଥା ଆଲୋଚନା ହେଉଛି। ବୁଧବାର ଅପରାହ୍ନରେ ବିଲରେ ଉଲଗ୍ନ ଅବସ୍ଥାରେ ପାଣିରେ ପଡିଥିବା ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସୂଚନା ଅନୁସାରେ ବାସୁଦେବପୁର ଥାନା ଶଙ୍ଖାରୁ ବାରାପୁର ଗ୍ରାମର ସ୍ବର୍ଗତ ମହେନ୍ଦ୍ର ମହାକୁଡ଼ଙ୍କ ସ୍ତ୍ରୀ ଲଷ୍ମୀମଣି ମହାକୁଡ଼ (୫୦)। ଗତ ୮ ବର୍ଷ ଧରି ସୋର ଥାନା ବାଳଙ୍ଗ ପଂଚାୟତ ଜୁଲିଙ୍ଗିଆ ଗ୍ରାମରେ ତାଙ୍କ ଭାଇ ବିଜୟ ବାରିକଙ୍କ ପାଖରେ ରହୁଥିଲେ। ପକ୍ଷାଘାତ ରୋଗୀ ହୋଇଥିବାରୁ ସେ କିଛି କାମଦାମ କରିପାରୁନଥିଲେ।

ମଙ୍ଗଳବାର ରାତିରେ ସେ ପଡୋଶୀଙ୍କ ଘରୁ ଟିଭି ଦେଖି ଫେରୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏ ବିଷୟରେ ମୃତ ଲଷ୍ମୀମଣିଙ୍କ ଭାଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। କିନ୍ତୁ ଆଜି ଅପରାହ୍ନରେ ତାଙ୍କ ଘରଠୁ କିଛି ଦୂରରେ ତାଙ୍କ ଶବ ପଡିଥିବାର ଦେଖି ଗ୍ରାମବାସୀମାନେ ସୋର ପୋଲିସକୁ ଖବର ଦେଇଥିଲେ। ଅନ୍ୟ ପକ୍ଷରେ ମୃତକଙ୍କ ଭାଇ କୈଳାଶ ବାରିକ ତାଙ୍କ ଭଉଣୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସୋର ପୋଲିସ ପହଁଞ୍ଚି ଘଟଣାର ତନାଘନା କରିବା ସହିତ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏ ବାବଦରେ ପୋଲିସର ପ୍ରତିକ୍ରିୟା ମିଳିପାରିନି।

   Related Posts