Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଚାଲିଥିଲା କାରବାର, ଘରୁ ବାହାରିଲା ପେଟି ପେଟି ବିଦେଶୀ ମଦ ; ଜଣେ ଗିରଫ

2/05/2021 at 9:14 AM

ମୁନିଗୁଡ଼ା ୦୨।୦୫: ବିଷମକଟକ ପୋଲିସକୁ ସଫଳତା । ପ୍ରାୟ ୨୭୭ଲିଟର ବିଦେଶୀ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । ରାୟଗଡ଼ା ଜିଲ୍ଲା ବିଷୟକଟକ ପୋଲିସ ଦ୍ୱାରା ଦୁର୍ଗୀ ଠାରୁ ଜବତ ହୋଇଛି ।

ଖବର ଅନୁଯାୟୀ, ବିଶେଷ ସୁତ୍ରରୁ ପୋଲିସ ଖବର ପାଇ ପୋଲିସ ଦୁର୍ଗୀ ଗାଁରେ ଚଢାଉ କରିଥିଲା । ଏହି ଚଢାଉରେ ଅଭିଯୁକ୍ତଙ୍କ ଘରେ ବେଆଇନ ଭାବେ ରଖାଯାଇଥିବା ବିଦେଶି ମଦ ଜବତ ହୋଇଛି । ଏହାସହ ମଦରେ ମିଶାଇବା ପାଇ ବ୍ୟବହୃତ ସ୍ପିରିଟ, କିଛି ଖାଲି ବୋତଲ ଓ ନାମିଦାମି କମ୍ପାନୀର ପ୍ରିଣ୍ଟେଡ କେପ ମଧ୍ୟ ଜବତ କରାଯାଇଛି । ଲୋକଙ୍କୁ ଏହି ସ୍ପିରିଟ ମିଶାଇ ମଦ ବିକ୍ରି କରାଯାଇଥାନ୍ତି ବୋଲି ସୂଚନା ରହିଛି । ଜବତ ବିଦେଶୀ ମଦର ମୁଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।  ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରାୟଗଡା ଏସପି ପ୍ରେସ  ବିବୃତି ମାଧ୍ୟମରେ ଏହି ସୁଚନା ଦେଇଛନ୍ତି ।

   Related Posts