Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଆମେରିକାରେ ଏବେ ବାଇଡେନ୍‌ ରାଜ୍‌, ନାଗରିକତା ପାଇବେ ୫ ଲକ୍ଷ ଭାରତୀୟ !

8/11/2020 at 4:44 PM

ଓ୍ବାସିଂଟନ୍‌ ୮/୧୧: ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍‌। ଜୋଙ୍କ ବିଜୟ ଭାରତୀୟଙ୍କ ପାଇଁ ଖୁସି ଖବର ଆଣିଦେଇଛି। ଜୋ କାର୍ଯ୍ୟଭାର ସମ୍ଭାଳିବା ପରେ ଏକ କୋଟିରୁ ଅଧିକ ପ୍ରବାସୀଙ୍କୁ ଆମେରିକାର ନାଗରିକତା ପ୍ରଦାନ କରିବେ। ୧.୧ କୋଟି ପ୍ରବାସୀଙ୍କ ମଧ୍ୟରେ ୫ ଲକ୍ଷ ଭାରତୀୟ ଅଛନ୍ତି। ତେବେ ଜୋ ବାଇଡେନ୍‌ଙ୍କ ସରକାର ପ୍ରତି ବର୍ଷ ୯୫ ହଜାର ପ୍ରବାସୀଙ୍କୁ ନାଗରିକତା ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ନିର୍ବାଚନ ପ୍ରଚାର ସମୟରେ ବାଇଡେନ୍‌ ଏକ ଘୋଷଣା ପତ୍ର ପ୍ରକାଶ କରିଥିଲେ। ଯେଉଁଥିରେ କଂଗ୍ରେସ ସହ ମିଶି ଅଜ୍ଞାତ ପ୍ରବାସୀମାନଙ୍କୁ ନାଗରିକତା ଦେବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ନେଇ ଜଣାଇଥିଲେ। ବାଇଡେନ୍‌ଙ୍କ ଘୋଷଣା ଅନୁସାରେ ଏଥିରେ ୧.୧ କୋଟି ପ୍ରବାସୀ  ସାମିଲ ଅଛନ୍ତି। ଯେଉଁଥିରେ ୫ ଲକ୍ଷ ଭାରତୀୟ ମଧ୍ୟ ଆମେରିକାର ନାଗରିକତା ପ୍ରାପ୍ତ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ମିଳିଥିବା ରିପୋର୍ଟ ଅନୁସାରେ ଜୋ ବାଇଡେନ୍‌ ଆମେରିକା ଆସୁଥିବା ଶରଣାର୍ଥୀଙ୍କୁ ସ୍ବାଗତ କରିଛନ୍ତି। ଏଭଳି ଏକ ପଲିସ ମାଧ୍ୟମରେ ଆମେରିକାକୁ ପ୍ରତି ବର୍ଷ ୧.୨୫ ଲକ୍ଷ ଶରଣାର୍ଥୀ  ଆସିପାରିବେ। ଏହା ପୂର୍ବରୁ ଜୋ ବାଇଡେନ୍‌ ଓ୍ବିଲିଙ୍ଗଟନ୍‌ ସ୍ଥିତ ପାର୍ଟି ମୁଖ୍ୟାଳୟରୁ ଦେଶକୁ ସମ୍ବୋଧନ କରୁଥିବା ବେଳେ କହିଥିଳେ ଆମେରିକାରେ ବହୁ ଶକ୍ତିଶାଳୀ ମତ ସାଙ୍ଗକୁ ଭିନ୍ନମତ ମଧ୍ୟ ରହିଛି।

 ଗୋଟିଏ ଗଣତନ୍ତ୍ରରେ ଭିନ୍ନମତର ଆବଶ୍ୟକତା ରହିଛି। ଆମକୁ ମନେ ରଖିବାକୁ ପଡ଼ିବ ଆମ ରାଜନୀତି ଶେଷ ଯୁଦ୍ଧ ନୁହେଁ। ଆମ ରାଜନୀତିର ଲକ୍ଷ୍ୟ ଦେଶ ପାଇଁ କାର୍ଯ୍ୟ କରିବାକୁ ବୁଝାଏ। ସମସ୍ୟା ସମାଧାନ କରିବା ଆମର ଲକ୍ଷ୍ୟ। ସାଧାରଣ ଲୋକର ଅଧିକାର ସୁରକ୍ଷା ଆମର ଦାୟୀତ୍ବ ବୋଲି କହିବା ସହ ପ୍ରତିଦ୍ବନ୍ଦି ଥାଇପାରନ୍ତି କିନ୍ତୁ ଆମେ କାହାର ଶତ୍ରୁ ନୁହେଁ ଆମେ ଆମେରିକୀ ବୋଲି କହିଥିଲେ ଜୋ ବାଇଡେନ୍‌।

   Related Posts