ନୂଆଦିଲ୍ଲୀ ୧୨/୧୧ : ଜୋ-ବାଇଡେନ ହୋଇଛନ୍ତି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ୪୬ତମ ରାଷ୍ଟ୍ରପତି । ନିକଟରେ ହୋଇଥିବା ନିର୍ବାଚନରେ ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ଆମେରିକାର ନୂଆ ମଙ୍ଗୁଆଳ ହୋଇଛନ୍ତି ବାଇଡେନ । ତାଙ୍କ ସହିତ ଆମେରିକା ଇତିହାସରେ କମଲା ହାରିସ ପ୍ରଥମ ମହିଳା ଭାବେ ଉପ-ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । କେବଳ ଏତିକି ନୁହେଁ ଜୋ ବାଇଡେନ ଟ୍ରାଞ୍ଜିସନ୍ ଟିମରେ ୨୦ ଜଣ ଭାରତୀୟ ବଂଶୋଭବଙ୍କୁ ସାମିଲ କରିଛନ୍ତି ଯେଉଁଥିରେ ୩ ଜଣଙ୍କୁ ତାଙ୍କର ଗୁରୁତ୍ବପୂର୍ଣ୍ଣ ରିଭ୍ୟୁ ଟିମରେ ସାମିଲ କରିଛନ୍ତି । ଟିମରେ ସାମିଲ ହୋଇଥିବା ୨୦ଜଣ ଭାରତୀୟ ବଂଶୋଭବ ଆମେରିକା ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ବାଇଡେନଙ୍କ ବିଜୟରେ ବେଶ ସହାୟକ ହୋଇଥିଲେ ।
{"id":360701,"sizeSlug":"large"}ପ୍ରତିଥର ଭଳି ଆମେରିକାରେ ନିର୍ବାଚନ ହେବା ପରେ ନୂଆ ରିଭ୍ୟୁ ଟିମ ଗଠନ କରାଯାଇଥାଏ । ଜାନୁୟାରୀ ୨୦ରେ ନୂଆ ରାଷ୍ଟ୍ରପତି ଶପଥ ନେବାପରେ ସେମାନେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିବେ । ବାଇଡେନଙ୍କ ଟିମରେ ଅତମନ୍ ତ୍ରିବେଦୀ, ଅନୀଶ ଚୋପ୍ରା, ଅରୁଣ ଭେଙ୍କଟରମଣ, କିରଣ ଆହୁଜା, ରାଜ ନାୟକ ଏବଂ ଶୀତଲ ଶାହଙ୍କ ଭଳି ୨୦ଜଣ ଭାରତୀୟ-ଆମେରିକୀୟ ସାମିଲ ହୋଇଛନ୍ତି । ଏମାନଙ୍କ କାର୍ଯ୍ୟଦକ୍ଷତାରେ ଆମେରିକା ଆହୁରି ଦୃତ ଗତିରେ ବିକଶିତ ହେବ ବୋଲି ଜୋ ବାଇଡେନ ଲକ୍ଷ ରଖିଛନ୍ତି ।
{"id":360702,"sizeSlug":"large"}ବାଇଡେନଙ୍କ ଟିମରେ ସାମିଲ ହୋଇଥିବା ରାହୁଲ ଗୁପ୍ତାଙ୍କୁ ଡ୍ରଗ୍ସ୍ କଣ୍ଟ୍ରୋଲ ପୋଲିସ ମୁଖ୍ୟ ଭାବେ ଚୟନ କରାଯାଇଛି । ସେହିଭଳି ରାଜ ଦେଙ୍କୁ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ ଏବଂ ସୀମା ନନ୍ଦାଙ୍କୁ ଡିପାର୍ଟମେଣ୍ଟ ଅଫ୍ ଲେବର ଭଳି ଗୁରୂତ୍ବପୂର୍ଣ୍ଣ ବିଭାଗ ଦିଆଯାଇଛି । ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବ ପ୍ରାୟତଃ ଡେମୋକ୍ରାଟିକ ପାର୍ଟିକୁ ସମର୍ଥନ କରନ୍ତି ଏବଂ ଭୋଟ ଦିଅନ୍ତି । ନିର୍ବାଚନରେ ବାଇଡେନ ଏବଂ କମଲା ହାରିସଙ୍କ ପ୍ରଚାର ପାଇଁ ୨୪ଜଣ ଭାରତୀୟ ବଂଶୋଭବ ପ୍ରାୟ ୧୮ କୋଟି ଟଙ୍କା ସହାୟତା କରିଥିଲେ ।