Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନା ବିରୋଧରେ ଆମେରିକାର ଲଢେଇ ଜୋରଦାର, ୨ୟ ଦିନରେ ରାଷ୍ଟ୍ରପତି ବାଇଡେନ୍‌ଙ୍କ ବଡ଼ ନିଷ୍ପତ୍ତି

23/01/2021 at 2:15 PM

ୱାଶିଂଟନ, ୨୩/୦୧: ଆମେରିକାର ରାଷ୍ଟ୍ରପତି ଚୌକିରେ ବସିବାର ଦ୍ୱିତୀୟ ଦିନରେ ହିଁ ଜୋ ବାଇଡେନ୍ କମାଲ୍ କରିଛନ୍ତି । କରୋନାକୁ କାବୁ କରିବା ପାଇଁ ଯୁଦ୍ଧ ସମୟରେ ପ୍ରସ୍ତୁତ ରଣନୀତି ଭଳି ଯୋଜନା କରିବା ନେଇ ଘୋଷଣା କରିଛନ୍ତି । ସେ ପଦ ସମ୍ଭାଳିବାର ୧୦୦ ଦିନ ମଧ୍ୟରେ ୧୦୦ ମିଲିୟନ୍ ବା ୧୦ କୋଟି ଆମେରିକା ବାସୀଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ବାଇଡେନ୍ ଶାସନର ଦ୍ୱିତୀୟ ଦିନରେ ଆମେରିକାରେ ଭ୍ୟାକ୍ସିନେଶନ ଜୋରଦାର ହୋଇଛି । ଗୋଟିଏ ଦିନରେ ୧୩ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ୨୦ ଜାନୁଆରୀରେ ବାଇଡେନ୍ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଏହାର ପରଦିନ ଅର୍ଥାତ ୨୧ ତାରଖରେ ଭ୍ୟାକ୍ସିନେଶନ୍ ଜୋରଦାର ହୋଇଥିଲା । ଭ୍ୟାକ୍ସିନ୍କୁ ଶିଘ୍ର ପହଞ୍ଚାଇବା ପାଇଁ ଗୁରୁବାର ଏକ୍ଜୁକ୍ୟୁଟିଭ ଅର୍ଡରରେ ବାଇଡେନ୍ ସ୍ୱାକ୍ଷର କରିଥିଲେ ।

ହ୍ୱାଇଟ୍ ହାଉସ୍ର ପ୍ରେସ୍ ସେକ୍ରେଟାରୀ ଜେନ ସାକି ଏ ନେଇ କହିଛନ୍ତି ଯେ, ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ପ୍ରତ୍ୟେକ ଦିନ ୫ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ଘୋଷଣା କରାଯାଇଥିଲା । ଆମେ ଏହାକୁ ଦୁଇଗୁଣ କରିବା ପାଇଁ ଚେଷ୍ଟା ଚଳାଇଛୁ । ଏଥିପାଇଁ ହେଲ୍ଥ ଏକ୍ସପର୍ଟଙ୍କ ସହ ଆଲୋଚନା ମଧ୍ୟ ହୋଇଛି । କିଛି ବିଶେଷଜ୍ଞ ୧୦ କୋଟି ଭ୍ୟାକ୍ସିନେଶନ ପର୍ଯ୍ୟାପ୍ତ ନୁହେଁ ବୋଲି କହିଥିବା ସାକି କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୧ କୋଟି ୮୪ ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ୍ ଦିଆଯାଇ ସାରିଛି । କିନ୍ତୁ ଏହା ଆମେରିକାର ସମୁଦାୟ ଜନସଂଖ୍ୟାର ୫.୬ ପ୍ରତିଶତ ହେବ । ତେବେ ଆମେରିକାର ପ୍ରମୁଖ କରୋନା ବିଶେଷଜ୍ଞ ଏନ୍ଥନି ଫଉଚି, ବାଇଡେନ୍ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲଗାଇବାକୁ ଯାଉଛନ୍ତି ବୋଲି କହିଛନ୍ତି । ଯେଉଁଥିରେ ଭ୍ୟାକ୍ସିନ୍ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକୁ ସହାୟତା ମିଳିପାରିବ ।

   Related Posts