Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ଟ୍ରମ୍ପଙ୍କ ନାଗରିକତା ଆଇନ୍‌ରେ ସଂଶୋଧନକୁ ରଦ୍ଦ କଲେ ବାଇଡେନ୍‌ ପ୍ରଶାସନ, ସରଳ ହେବ ନିୟମ

24/02/2021 at 6:04 PM

ୱାଶିଂଟନ୍‌, ୨୪/୦୨: ଗତ ବର୍ଷ ଡିସେମ୍ୱର ମାସରେ ଆମେରିକାରେ ଟ୍ରମ୍ପ ସରକାର ସଂଶୋଧିତ ନର୍ମାଲାଇଜେସନ୍ ସିଭିକ୍ସ ପରୀକ୍ଷା ଲାଗୁ କରିଥିଲେ । ଏହାକୁ ୨୦୨୦ ସିଭିକ୍ସ ଟେଷ୍ଟ ବୋଲି କୁହାଯାଉଥିଲା । ଏହାକୁ USCIS ଲାଗୁ କରିଥିଲା । ଏହି ଟେଷ୍ଟ ଆମେରିକାର ନାଗରିକତା ହାସଲ୍‌ କରିବା ପାଇଁ ନର୍ମାଲାଇଜେସନ୍‌ ମୋଡ୍‌ରେ ଯେଉଁମାନେ ଆବେଦନ କରୁଥିଲେ ସେମାନଙ୍କୁ ଦେବାକୁ ପଡ଼ିଥାଏ । ନର୍ମାଲାଇଜେସନ୍‌ ବା ସାଧାରଣକରଣ ମାଧ୍ୟମରେ ନାଗରିକତା ପାଇବା ପକ୍ରିୟା ମଧ୍ୟରେ ଏହା ଗୋଟିଏ । ଏଥିରେ ଆବେଦନ କରୁଥିବା ବ୍ୟକ୍ତିଙ୍କୁ ସଂଯୁକ୍ତ ରାଜ୍ୟ ଆମେରିକାର ଇତିହାସ, ସିଦ୍ଧାନ୍ତ ଏବଂ ସରକାରୀ ନିୟମ ସହିତ ଅନ୍ୟ କିଛି ବିଷୟ ଉପରେ ପରୀକ୍ଷା ଦେବାକୁ ପଡ଼ିଥାଏ ।

ଟ୍ରମ୍ପ ସରକାର ୨୦୨୦, ଡିସେମ୍ୱରରେ ଏହି ଟେଷ୍ଟରେ କିଛି ପରିବର୍ତ୍ତନ କରିଥିଲେ । ଯେଉଁଥିରେ ପ୍ରଶ୍ନ ସଂଖ୍ୟା ୧୦୦ରୁ ବଢ଼ାଯାଇ ୧୨୮ କରିଦିଆଯାଇଥିଲା । ଏଥିରେ ରାଜନୈତିକ ଏବଂ କିଛି ବିଚାର ସମ୍ୱନ୍ଧୀୟ ପ୍ରଶ୍ନ ମଧ୍ୟ ସାମିଲ୍‌ କରାଯାଇଥିଲା । ତେବେ ଟ୍ରମ୍ପଙ୍କ ଏହି ନୀତିକୁ ହଟାଇବା ସହିତ USCIS ସିଭିକ୍ସ ଟେଷ୍ଟରେ ଅନାବଶ୍ୟକ ଭାବେ ବାଧା ସୃଷ୍ଟି କରୁଛି ।

ମିଳିତ ଏଜେନ୍ସି ଏନେଇ କହିଛି ଯେ, ୨୦୦୮ରେ ଲାଗୁ କରାଯାଇଥିବା ଏହି ସିଭିକ୍ସ ଟେଷ୍ଟ୍‌କୁ ୧୫୦ରୁ ଅଧିକ ସଂଗଠନ ଇନ୍‌ପୁଟ୍‌ ସହିତ ବହୁତ ପରିଶ୍ରମରେ ପ୍ରସ୍ତୁତ କରିଥିଲେ । ଏହାକୁ ଲାଗୁ କରିବା ପୂର୍ବରୁ ପାଇଲଟ୍‌ ପ୍ରୋଜେକ୍ଟ ରୂପରେ ଏହାର ପ୍ରସ୍ତୁତି ହୋଇଥିଲା । ଏଜେନ୍ସି ପୁଣି କହିଛି ଯେ, ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ପ୍ରକ୍ରିୟାକୁ ସରଳ କରିବା ପାଇଁ ଏକ ସମୀକ୍ଷା ଦଳ ଗଠନ କରିଥିଲେ । ସେମାନଙ୍କ ରିପୋର୍ଟକୁ ଆଧାର କରି ଏପରି ନିଷ୍ପତ୍ତି ନିଆଯାଇଛି ।

   Related Posts