ଜି-୭ ବୈଠକରେ ଉଠିଲା ଉହାନ ଲ୍ୟାବ୍‌ ପ୍ରସଙ୍ଗ, ଚୀନକୁ ତଥ୍ୟ ମାଗିଲା ଆମେରିକା

Published By : Prameya-News7 Bureau | June 14, 2021 IST

ଲଣ୍ଡନ  ୧୪/୬: ଚୀନକୁ ଘେରିବା ପାଇଁ ମିଶନ ଡ୍ରାଗନ ପ୍ରସ୍ତୁତ ହେଉଛି। ସାତ ସମୁଦ୍ର ସେପଟେ ଚୀନକୁ ମାତ ଦେବାକୁ ଯୋଜନା ପ୍ରସ୍ତୁତ ହେଉଥିବା ବେ​‌ଳେ ଏବେ ଟେନସନରେ ଚୀନ। ୨ ବର୍ଷ ହେଲା କରୋନା ଭୂତାଣୁର ଉତ୍ପତିସ୍ଥଳକୁ ନେଇ ବିଶ୍ବ ସସପେନ୍ସରେ ଥିବା ବେଳେ ଏବେ ୭ଟି ଦେଶ ଚୀନ ପାଖରୁ ଜବାବ ଚାହିଁଛନ୍ତି। ପୂରା ବିଶ୍ବ ଜାଣିବାକୁ ଚାହୁଁଛି ପ୍ରକୃତରେ ଉହାନ ଥିଓରି କଣ। କରୋନା ଭୂତାଣୁ କେମିତି ଏତେ ଉଗ୍ର ହେଲା ?

ଜି ୭ ଦେଶ ଆଜି ଚୀନକୁ ନିଜର ଦାୟିତ୍ବବୋଧତା ସମ୍ପର୍କରେ ଜ୍ଞାନ ଦେଇଛନ୍ତି। ବ୍ରିଟେନ ମାଟିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚୀନକୁ ଅଲଟିମେଟମ୍‌ ଦେଇଛନ୍ତି। ଉହାନ ଲ୍ୟାବ ସମ୍ପର୍କରେ ସୂଚନା ନଦେବାକୁ ନେଇ ଚୀନକୁ ଚରମବାଣୀ ଶୁଣାଇଛନ୍ତି ବାଇଡେନ୍‌। ଉହାନ ଲ୍ୟାବ ସମ୍ପର୍କରେ କୌଣସି ପ୍ରକାର ସୂଚନା ଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ମନା କରିଥିଲା ଚୀନ। ଏହାକୁ ନେଇ ବହୁ ଦେଶ ଚୀନ ସହ ଅସହଯାଗ କରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ଏବେ ଯାଏ ଚୀନ ଚୁପ ବସିଛି।

ଜି୭ ବୈଠକରେ ଏହି ପ୍ରସଙ୍ଗ ଉଠିବା ପରେ ଚୀନ ପାଇଁ ଚୁପ ରହିବା ଭାରି ପଡ଼ିପାରେ ବୋଲି କୁହାଯାଉଛି। ଏହି ବୈଠକରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଉହାନ ଲ୍ୟାବ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ସେହି ଲ୍ୟାବ୍‌ରେ ଏମିତି କଣ ଅଛି ଯେ ଜିନପିଙ୍ଗ ତଥ୍ୟ ଦେବାକୁ ଅମଙ୍ଗ ହେଉଛନ୍ତି ବୋଲି ଜନସନ ପ୍ରଶ୍ନ କରିଛନ୍ତି। ସମସ୍ତ ପ୍ରସଙ୍ଗରେ ନିଜେ ଫସୁଥିବା ଚୀନ ଯେତେ ମିଛ କହିଲେ ବି ଏବେ ନିଜ ଜାଲରେ ନିଜେ ଫସୁଥିବା ସ୍ପଷ୍ଟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.