ସୋମବାର ବାଇଡେନ୍-ଜିନପିଙ୍ଗ୍ ଆଲୋଚନା : ଭର୍ଚୁଆଲରେ କଥା ହେବେ ୨ ରାଷ୍ଟ୍ରମୁଖ୍ୟ, ଆମେରିକା ଉଠାଇବ ତାଇଓ୍ୱାନ ପ୍ରସଙ୍ଗ

Published By : Prameya-News7 Bureau | November 13, 2021 IST

ନ୍ୟୁୟର୍କ, ୧୩/୧୧:   କଥା ହେବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସୋମବାର ଉଭୟ ନେତା ଭର୍ଚୁଆଲ ମାଧ୍ୟମରେ ପରସ୍ପର ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ହ୍ୱାଇଟ୍ ହାଉସର ସୂଚନା ଅନୁସାରେ, ନଭେମ୍ବର ୧୫ ବା ଆସନ୍ତା ସୋମବାର ଜିନପିଙ୍ଗ୍ ଓ ବିଡେନ୍ କଥା ହେବେ । ଏଥିରେ ବାଇଡେନ୍ ସୁରକ୍ଷା ପ୍ରସଙ୍ଗ ଉଠାଇବେ । ଉତ୍ତର ପଶ୍ଚିମ ଚୀନରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମାନବାଧିକାର ହନନ, ସାମୁଦ୍ରିକ ପ୍ରସଙ୍ଗ, ତାଇଓ୍ୱାନ, ହଙ୍ଗକଙ୍ଗ୍ ମାମଲାରେ ଓ୍ୱାଶିଂଟନ ଓ ବେଜିଂ ମଧ୍ୟରେ ଆୟାଜିତ ହେବାକୁ ଥିବା ବୈଠକରେ ସ୍ଥାନ ପାଇବ ।

ହ୍ୱାଇଟ୍ ହାଉସ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ବାଇଡେନ୍ ଓ ଜିନପିଙ୍ଗ୍ ବିଭିନ୍ନ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏଥିରେ ସାମୁଦ୍ରିକ ସୁରକ୍ଷା ସ୍ଥାନ ପାଇବ । ଯାହା ଉଭୟ ଦେଶ ପାଇଁ ଭଲ ହେବ । ୟୁଏସ ରାଷ୍ଟ୍ରପତି ପ୍ରଥମେ ନିଜ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିବେ ।

ସୂଚନାଯୋଗ୍ୟ, ଗତ କିଛିବର୍ଷ ହେଲା ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଚଳିତ ସପ୍ତାହରେ ଗ୍ଲାସଗୋରେ ଆୟୋଜିତ କୋପ୍-୨୬ରେ ଉଭୟ ଜଳବାୟୁ ପ୍ରସଙ୍ଗରେ ଏକାଠି ହେବାକୁ ସହମତି ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.