Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଭାରତ ସମର୍ଥନରେ ଆସିଲା ଜୋ ବାଇଡେନ ପ୍ରଶାସନ, ଶପଥ ଗ୍ରହଣ ପୂର୍ବରୁ ହିଁ ଚୀନ-ପାକିସ୍ତାନକୁ କଡା ଚେତାବନୀ

20/01/2021 at 5:57 PM

ଓ୍ଵାଶିଂଟନ ୨୦।୦୧: ଆମେରିକାରେ କ୍ଷମତା ପରିବର୍ତ୍ତନରୁ ବଡ ଆଶା ରଖିଥିବା ଚୀନ ଓ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି। ଆମେରିକାରେ ଶପଥ ଗ୍ରହଣ କରିବାକୁ ଯାଉଥିବା ବାଇଡେନ ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ, ଲଦାଖରେ ଭାରତୀୟ ଜମି ଉପରେ ମନ୍ଦ ନଜର ପକାଇଥିବା ଚୀନ ବିରୋଧରେ ଆମେରିକାର କଠୋର ଆଭିମୁଖ୍ୟ ଟ୍ରମ୍ପ ପ୍ରଶାସନ ପରି ଜାରି ରହିବ। ଅନ୍ୟପଟେ କାଶ୍ମୀରୀ ଆତଙ୍କବାଦୀଙ୍କୁ ଲାଳନ ପାଳନ କରୁଥିବା ପାକିସ୍ତାନକୁ ମଧ୍ୟ ଜୋ ବାଇଡେନ ପ୍ରଶାସନ ଲସ୍କର ଇ ତୋଇବା ଓ ଅନ୍ୟ ଭାରତ ବିରୋଧୀ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ସତର୍କ କରାଇଛି।

ଆମେରିକାର ଭାବି ପ୍ରତିରକ୍ଷା  ମନ୍ତ୍ରୀ  ଜେନେରାଲ(ଅବସର ପ୍ରାପ୍ତ) ଲଏଡ ଅଷ୍ଟିନ କହିଛନ୍ତି ଚୀନ ପ୍ରଥମରୁ ହିଁ ବିସ୍ତାରବାଦୀ ଶକ୍ତିରେ ପରିଣତ ହୋଇ ସାରିଛି। ଏବେ ଏହାର ଲକ୍ଷ୍ୟ ନିୟନ୍ତ୍ରଣକାରୀ ବିଶ୍ଵଶକ୍ତି ହେବା ଉପରେ ରହିଛି। ଚୀନ ସାରା ଦୁନିଆରେ ନିଜର ବିସ୍ତାରବାଦୀ ନୀତି ଲାଗୁ କରିବାକୁ ଚାହୁଁଛି।

ଅଷ୍ଟିନ କହିଛନ୍ତି ଚୀନ ପୂର୍ବେ କ୍ଷେତ୍ରୀୟ ପ୍ରଭୂତ୍ଵକାରୀ ଶକ୍ତି ରହିଥିଲା। କିନ୍ତୁ ଏବେ ଏହାର ଲକ୍ଷ୍ୟ ନିୟନ୍ତ୍ରଣକାରୀ ବିଶ୍ଵ ଶକ୍ତି ହେବା ଉପରେ ରହିଛି। ସେ ଆମ ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ପାଇଁ କାମ କରୁଛି। ଡ୍ରାଗନର ପ୍ରୟାସ ବିଫଳ କରିବା ପାଇଁ ପୂରା ସରକାର ଏକ ସଙ୍ଗେ ମିଶି ବିଶ୍ଵସନୀୟ ପ୍ରକ୍ରିୟାରେ କାମ କରିବାର ଆବଶ୍ୟକତା ରହିଥିବା ଅଷ୍ଟିନ କହିଛନ୍ତି।

ଜେନେରାଲ ଅଷ୍ଟିନ ପାକିସ୍ତାନକୁ ମଧ୍ୟ ଭାରତ ବିରୋଧୀ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଇସାରା ଇସାରାରେ ଚେତାବନୀ ଦେଇଛନ୍ତି। ଆମେରିକାର ଭାବି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ପାକିସ୍ତାନ ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟାରେ ସକରାତ୍ମକ ଯୋଗଦାନ ଦେଇଛି। ପାକିସ୍ତାନ ଭାରତ ବିରୋଧୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ଇ ତୋଇବା ଓ ଜୈଶ ଇ ମହମ୍ମଦ ବିରୋଧରେ ପଦକ୍ଷେପ ଉଠାଇଛି ମାତ୍ର ଏହା ଅଧୁରା ରହିଛି। ଅଷ୍ଟିନ କହିଛନ୍ତି, ମୁଁ ମୋର କାର୍ଯ୍ୟକାଳ ସମୟରେ ପାକିସ୍ତାନ ଉପରେ ଚାପ ପକାଇବି ଯେ, ସେ ନିଜ ମାଟିକୁ ଆତଙ୍କବାଦୀଙ୍କ ଶରଣସ୍ଥଳୀ ରୂପେ ବ୍ୟବହାର କରିବାକୁ ନ ଦେଉ।

   Related Posts