ଚୀନକୁ ସମୁଦ୍ରରେ ଟକ୍କର ଦେବାକୁ ଭାରତର ପ୍ରସ୍ତୁତି, ୫୫,୦୦୦ କୋଟି ଟଙ୍କାରେ ୬ ବୁଡାଜାହାଜ କିଣିବା ପାଇଁ ଆରମ୍ଭ ହେବ ବିଡିଂ

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦।୦୮: ଭାରତୀୟ ନୌସେନା ପାଇଁ ଛଅ ପାରମ୍ପରିକ ବୁଡାଜାହାଜ ନିର୍ମାଣ ପାଇଁ ୫୫୦୦୦ କୋଟି ଟଙ୍କାର ମେଗା ପ୍ରୋଜେକ୍ଟର ବିଡିଂ ପ୍ରକ୍ରିୟା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି। ଚୀନ ନୌସେନାର ବଢୁଥିବା ଶକ୍ତିକୁ ଦୃଷ୍ଟିରେ ରଖି ବୁଡାଜାହାଜ ଭାରତର ସାମରିକ କ୍ଷମତାକୁ ବଢାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇବ। ସରକାରୀ ସୂତ୍ରରୁ ରବିବାର ଏହି ସୂଚନା ଦିଆଯାଇଛି।

ସୂତ୍ର ଅନୁଯାୟୀ ରଣନୈତିକ ଭାଗିଦାରୀ ମୋଡେଲ୍‌ ଆଧାରରେ ଏହି ବୁଡାଜାହାଜର ନିର୍ମାଣ ହେବ। ଘରୋଇ କମ୍ପାନୀକୁ ଦେଶରେ ଅତ୍ୟାଧୁନିକ ସୈନ୍ୟ ଉପକରଣ ନିର୍ମାଣ କରିବା ପାଇଁ ବିଦେଶୀ ରକ୍ଷା କମ୍ପାନୀ ସହ ଚୁକ୍ତି କରିବାକୁ ଅନୁମତି ମିଳିବ। ଏଥିରେ ଦେଶର ଆମଦାନୀ ହ୍ରାସ ହେବ। ସୂତ୍ର ଅନୁଯାୟୀ ପ୍ରୋଜେକ୍ଟର ସମ୍ବନ୍ଧରେ ଆରଏଫପି(ଅନୁରୋଧ ପତ୍ର) ଜାରି କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି କରି ସାରିଛନ୍ତି।

{"id":322756,"sizeSlug":"large"}

ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରୋଜେକ୍ଟ ପାଇଁ ଦୁଇଟି ଭାରତୀୟ ସିପୟାର୍ଡ ଓ ପାଞ୍ଚ ବିଦେଶୀ ରକ୍ଷା କମ୍ପାନୀର ନାମ ସଂକ୍ଷିପ୍ତ ସୂଚୀରେ ସାମିଲ କରିଛି। ଏହାକୁ ମେକ୍ ଇନ ଇଣ୍ଡିଆ ଆଧାରରେ ସବୁଠୁ ବଡ ପ୍ରୋଜେକ୍ଟ କୁହାଯାଉଛି। ଅନ୍ତିମ ତାଲିକାରେ ସାମିଲ ଭାରତୀୟ କମ୍ପାନୀରେ ଏଲ ଆଣ୍ଡ ଟି ଗ୍ରୁପ ଏବଂ ସରକାରୀ ମଝଗାଓଁ ଡକ ଲିମିଟେଡ(ଏମଡିଏଲ) ରହିଛି। ବିଦେଶୀ କମ୍ପାନୀ ମଧ୍ୟରେ ଥାୟସିନକ୍ରୁପ ମରିନ ସିଷ୍ଟମ(ଜର୍ମାନୀ), ନଭାନାତିଆ(ସ୍ପେନ) ଓ ନେଭାଲ ଗ୍ରୁପ(ଫ୍ରାନ୍ସ) ସାମିଲ।

୨୪ଟି ବୁଡାଜାହାଜ କିଣିବ ନେଭି

ସୂତ୍ର ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଏମଡିଏଲ ଓ ଏଲ ଆଣ୍ଡ ଟିକୁ ଆରଏଫପି ଜାରି କରିବ। ଦୁଇ କମ୍ପାନୀ ଦସ୍ତାବିଜ ମିଳିବା ପରେ ନିଜର ବିସ୍ତୃତ ଟେଣ୍ଡର ଜାରି କରିବେ। ଏହା ପରେ ଏଲ ଆଣ୍ଡ ଟି ଓ ଏମଡିଏଲକୁ ପାଞ୍ଚ ବଛା ବଛା କମ୍ପାନୀ ମଧ୍ୟରୁ ଜଣକୁ ବିଦେଶୀ ଭାଗିଦାରୀ ଭାବେ ଚୟନ କରିବାକୁ ପଡିବ। ପାଣି ଭିତରେ ନିଜର ଯୁଦ୍ଧ କ୍ଷମତା ବଢାଇବା ପାଇଁ ଭାରତୀୟ ନୌସେନା ପରମାଣୁ ହମଲା କ୍ଷମତାସଂପନ୍ନ ଛଅ ବୁଡାଜାହାଜ ସମେତ ୨୪ ନୂତନ ବୁଡାଜାହାଜ କିଣିବାକୁ ଯୋଜନା ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.