Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚେନ୍ନାଇରୁ ସ୍ଥାନାନ୍ତର ହେଲା ୧୮୧ଟନ୍ ଆମୋନିୟମ ନାଇଟ୍ରେଟ୍, ଅନଲାଇନ୍ ନିଲାମରେ କିଣିଲେ ହାଇଦ୍ରାବାଦ କମ୍ପାନୀ

12/08/2020 at 3:33 PM

ହାଇଦ୍ରାବାଦ ୧୨।୮: ଚେନ୍ନାଇରୁ ୧୦ଟି କଣ୍ଟୈନରରେ ଆମୋନିୟମ ନାଇଟ୍ରେଟ୍ ହାଇଦ୍ରାବାଦ ପଠାଯାଇଛି। ସାଲଭୋ ଏକ୍ସପ୍ଲୋସିଭ ଏଣ୍ଡ କେମିକାଲସ ପ୍ରାଇଭେଟ ଲିମିଟେଡ୍ ଚେନ୍ନାଇ ଗୋଦାମରେ ଥିବା ଏହି ରସାୟନକୁ ଅନଲାଇନରେ ନିଲାମ ନେଇଛି। ନିଲାମ ପରେ ପରେ ଏହାକୁ କଣ୍ଟୈନର ଯୋଗେ ହାଇଦ୍ରାବାଦ ପଠାଇ ଦିଆଯାଇଛି।

ବେରୁଟ୍ ବିସ୍ଫୋରଣ ଘଟଣା ଚେନ୍ନାଇ ଗୋଦାମରେ ମହଜୁଦ ବିପୁଳ ଆମୋନିୟମ ନାଇଟ୍ରେଟ୍‌କୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଏହାକୁ ନିଲାମ କରିଦିଆଯିବା ପରେ ସରକାର ଆଶ୍ୱସ୍ଥ ହୋଇଛନ୍ତି। ଏହି ରସାୟନ  ହାଇଦ୍ରାବାଦ ପହଞ୍ଚି ସାରିଥିବା ବେଳେ ସହରଠୁ ଦୂର କିଶରଗୁଟ୍ଟା ଅଞ୍ଚଳରେ ମହଜୁଦ କରାଯାଇଛି। ସେହିପରି ଯେଉଁଠାରେ ଆମୋନିୟମ ନାଇଟ୍ରେଟ୍‌କୁ ଷ୍ଟୋର କରାଯାଇଛି ତା ଆଖପାଖରେ ଆବାସିକ ଅଞ୍ଚଳ ନଥିବା କୁହାଯାଇଛି।

୧୮୧ ଟନ ଆମୋନିୟମ ନାଇଟ୍ରେଟ୍‌କୁ ଏକାଥରକେ ୧୦ଟି କଣ୍ଟୈନରରେ ବୋଝେଇ କରି ପଠାଇ ଦିଆଯାଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଜୟରାମ ରେଡ୍ଡୀଙ୍କ ଅନୁସାରେ ତାଙ୍କ କମ୍ପାନୀ ୬୦ରୁ ୭୦ ଟନ ପର୍ଯ୍ୟନ୍ତ ଆମୋନିଆ ଖର୍ଚ୍ଚ କରୁଛି। ଏଥିପାଇଁ ବିଶାଖାପାଟଣାରୁ ଆମୋନିୟମ ନାଇଟ୍ରେଟ୍‌ ଆମଦାନୀ କରିଥାନ୍ତି। ଏହି ରସାୟନକୁ ବିସ୍ଫୋରକ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ବେଳେ ପ୍ରସ୍ତୁତ ବିସ୍ଫୋରକ ସିଙ୍ଗରେଣୀ କୋଲିଆରୀ ସମେତ କୋଲ ଇଣ୍ଡିଆକୁ ଯୋଗାନ୍ତି।

ଏହି ରସାୟନକୁ ୨୦୧୫ ମସିହାରେ ସୀମା ଶୁଳ୍କ ଅଧିନିୟନ ଆଇନ ୧୯୬୨ଅନୁସାରେ ଜବତ କରାଯାଇଥିଲା। ସେବେଠାରୁ ଏଠାରେ ଆମୋନିୟମ ନାଇଟ୍ରେଟ୍‌ ଗଦାହୋଇ ରହିଥିଲା। ତେବେ ବେରୁଟ ବିସ୍ଫୋରଣ ଘଟଣା ପରେ ସରକାର ଏହାର ଅନଲାଇନ ନିଲାମ କରିଥିଲେ। ନିଲାମ ପରେ ମଧ୍ୟ ଚେନ୍ନାଇରେ ୭୫୦ ଟନ ବଳକା ଆମୋନିୟମ ନାଇଟ୍ରେଟ ରହିଛି। ଯାହାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯିବା ସହ ସମୟ କ୍ରମେ ନିଲାମ କରିଦିଆଯିବ ବୋଲି କୁହାଯାଇଛି।

   Related Posts