ରାଜଗାଙ୍ଗପୁର ମାଟିଗେଟ୍ ସାମ୍ନାରେ ଦୁର୍ଘଟଣା, ବୃଦ୍ଧଙ୍କ ଉପରେ ମାଡିଗଲା ହାଇୱା
20/09/2019 at 6:56 PM

ରାଉରକେଲା : ବୃଦ୍ଧଙ୍କ ଉପରେ ମାଡିଗଲା ହାଇୱା। ଶୁକ୍ରବାର ଅପରାହ୍ଣରେ ରାଜାଗାଙ୍ଗପୁର ମାଟିଗେଟ୍ ନିକଟର ଏକ ହାଇୱା ଟ୍ରକ ବୃଦ୍ଧଙ୍କ ଉପରେ ଚଢିଯାଇଛି। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କର ପରିଚୟ ମିଳି ନାହିଁ। ତେବେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ କରିବାକୁ ଉଦ୍ୟମ କରୁଛି।
ବୃଦ୍ଧଜଣକ ସାଇକେଲ ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପଛପଟରୁ ଆସୁଥିବା ଏକ ହାଇୱା ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢିଯାଇଥିଲା। ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଦୁର୍ଘଟଣା ସ୍ଥଳରୁ ମୃତକଙ୍କ ଶବ ଜବତ କରିବା ସହ ପୋଷ୍ଟମର୍ଟମ ଲାଗି ପଠାଇଛି। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ କେଉଁ ଆଡେ ଫେରାର ହୋଇଯାଇଛି। ପୋଲିସ ହାଇୱାକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।