Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ସାଇକେଲ୍ ଡେ ରେ ବନ୍ଦ ହୋଇଗଲା ଏଟଲାସ୍ କାରଖାନା : ଦିନେ ଥିଲା ଭାରତର ନମ୍ବର ୧ ସାଇକଲ୍ କମ୍ପାନୀ

3/06/2020 at 6:37 PM

ଗାଜିଆବାଦ ୦୩/୦୬ : କରୋନା ଭାଇରସ ଯୋଗୁଁ ଦେଶରେ ଜାରି ରହିଥିବା ଲକଡାଉନର ପ୍ରଭାବ ଧୀରେ ଧୀରେ ଦେଖିବାକୁ ମିଳୁଛି | ପଞ୍ଚମ ପର୍ଯ୍ୟାୟ ଲକଡାଉନରେ ସରକାର ଅନଲକ-୧ ଘୋଷଣା କରିଛନ୍ତି | ଅନଲକ-୧ ରେ ଅନେକ ନିୟମ କୋହଳ କରାଯାଇଛି | ଲକଡାଉନ ମଧ୍ୟରେ ଗାଜିଆବାଦରୁ ଏକ ଖବର ଆସିଛି | ଦେଶର ପ୍ରସିଦ୍ଧ ସାଇକଲ କମ୍ପାନୀ ଏଟଲାସ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ସାଇକଲ କାରଖାନା ବନ୍ଦ କରିଦେବାକୁ ବସିଛନ୍ତି | କମ୍ପାନୀ କହିଛି ଯେ କାରଖାନା ଚଳାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ |

କମ୍ପାନୀ କାରଖାନା ପ୍ରବନ୍ଧକ ମାଧ୍ୟମରେ ନିଜ କର୍ମଚାରୀଙ୍କୁ ଲେ-ଅଫ ସୂଚନା ଦେଇଛନ୍ତି | ଗାଜିଆବାଦର ଡେପୁଟି କମିଶନର, ଯୋଗାଯୋଗ ଅଧିକାରୀ ଗାଜିଆବାଦ ସହିତ କାରଖାନାର ମୁଖ୍ୟ ଫାଟକ, ନୋଟିସ ବୋର୍ଡ ଓ କର୍ମଚାରୀ ସଂଗଠନଙ୍କ କାର୍ଯ୍ୟାଳୟକୁ ପ୍ରେରିତ କରିଛନ୍ତି | ଏଥିରେ କୁହାଯାଇଛି ଯେ, କମ୍ପାନୀ ଗତ କିଛି ବର୍ଷ ହେଲା ଆର୍ଥିକ ସଙ୍କଟ ଦେଇ ଗତି କରୁଛି | କମ୍ପାନୀ ନିଜର ସମସ୍ତ ଉପଲବ୍ଧ ପାଣ୍ଠି ଖର୍ଚ୍ଚ କରିଦେଇଛି | ବର୍ତ୍ତମାନ ଅନ୍ୟ କୌଣସି ସ୍ରୋତ ନାହିଁ | ଏପରିକି ଦୈନିକ ଖର୍ଚ୍ଚ ପାଇଁ ମଧ୍ୟ ଧନ ଉପଲବ୍ଧ ନାହିଁ ବୋଲି କୁହାଯାଇଛି | ସେବା ଯୋଜକ ଯେପର୍ଯ୍ୟନ୍ତ ଅର୍ଥ ବ୍ୟବସ୍ଥା ନ କରନ୍ତି ସେପର୍ଯ୍ୟନ୍ତ ସେ କଞ୍ଚାମାଲ କିଣିବା ପାଇଁ ମଧ୍ୟ ଅସମର୍ଥ | ଏହିଭଳି ସ୍ଥିତିରେ କମ୍ପାନୀ କାରଖାନା ଚଳାଇବା ସ୍ଥିତିରେ ନାହିଁ | ଏହିଭଳି ସ୍ଥିତି କେବେ ଯାଏଁ ରହିବ ତାକୁ ନେଇ ଆଶଙ୍କା ରହିଛି |

ସମସ୍ତ କର୍ମଚାରୀଙ୍କୁ ଜୁନ ୩ ତାରିଖରୁ ଲେ-ଅଫ ଘୋଷିତ କରାଯାଇଛି | ଏହି ସମୟରେ କର୍ମଚାରୀ ସାପ୍ତାହିକ ଅବକାଶ ଛାଡି ପ୍ରତିଦିନ କାରଖାନା ଫାଟକରେ ହାଜିରା ପକାଇବେ ନଚେତ ସେମାନେ ପ୍ରତିକାର ପାଇବାର ଅଧିକାରୀ ହେବେନାହିଁ |

କମ୍ପାନୀ କର୍ମଚାରୀ କହିଛନ୍ତି ଯେ, ଗତ ଦୁଇଦିନ ହେଲା କାରଖାନା ଖୋଲା ରହିଛି | ସିମେନ ଜୁନ ୧ ଓ ୨ ତାରିଖରେ କାରଖାନାରେ କାମ କରିଥିଲେ | କିନ୍ତୁ ବୁଧବାର, ୩ ତାରିଖରେ ହଠାତ କାରଖାନା ଫାଟକରେ ନୋଟିସ ଲଗାଯାଇଥିଲା ଓ କର୍ମଚାରୀଙ୍କୁ ହାଜିରା ପକାଇବାକୁ କୁହାଯାଇଥିଲା | ଦରମା ମଧ୍ୟ ଅଧା ଦେବେ ନା ଜମା ଦେବେନି ତାହା ପଛ କଥା | ସେମାନେ କହିଛନ୍ତି ଯେ, କାରଖାନାରେ ପାଖାପାଖି ହଜାରେ ଲୋକ କାମ କରୁଛନ୍ତି | ସମସ୍ତେ ବର୍ତ୍ତମାନ ବେକାର ହୋଇଯାଇଛନ୍ତି | କର୍ମଚାରୀ କହିଛନ୍ତି, ଭାବି ନିଅନ୍ତୁ ଯଦି କମ୍ପାନୀ ସେମାନଙ୍କୁ ମାସକୁ ୫ ହଜାର ଟଙ୍କା ଦିଅ ତାହେଲେ ସେମାନଙ୍କ ଘରଭଡା ମଧ୍ୟ ବାହାରିବ ନାହିଁ ବୋଲି ସେ କହିଛନ୍ତି |

ଉତ୍ପାଦନ ସମ୍ପର୍କରେ କର୍ମଚାରୀ କହିଛନ୍ତି ଯେ, ଲକଡାଉନ ପୂର୍ବରୁ କମ୍ପାନୀ ଦେଢ଼ ଲକ୍ଷରୁ ୨ ଲକ୍ଷ ସାଇକେଲ ବିକ୍ରି କରିଥିଲା | ଲକଡାଉନ ଯୋଗୁଁ ବ୍ୟବସାୟ ନିଶ୍ଚୟ ପ୍ରଭାବିତ ହୋଇଛି | କିନ୍ତୁ ଉତ୍ପାଦନରେ କୌଣସି ଅଭାବ ନଥିଲା | ସେଥିପାଇଁ ଆର୍ଥିକ ସଙ୍କଟ ସମ୍ଭବ ନୁହେଁ ବୋଲି କର୍ମଚାରୀ କହିଛନ୍ତି | ସେ କହିଛନ୍ତି ଯେ ବର୍ଷେ ପୂର୍ବରୁ ମାଲମପୁରରେ ତାଙ୍କର ଏକ ୟୁନିଟ ଥିଲା | ପାଖାପାଖି ବର୍ଷେ ପୂର୍ବରୁ ସେହି ୟୁନିଟକୁ ବନ୍ଦ କରିଦିଆଯାଇଥିଲା | ତେବେ ବିନା କୌଣସି କାରଣରୁ ସେହି ୟୁନିଟକୁ ବନ୍ଦ କରିଦେଇଥିବା କର୍ମଚାରୀ କହିଛନ୍ତି | ସୋନିପତରେ ଆଉ ଏକ ବଡ ପ୍ଲାଣ୍ଟ ଥିଲା ଯାହାକୁ କମ୍ପାନୀ ବନ୍ଦ କରିଦେଇଛି ବୋଲି ସେ କହିଛନ୍ତି | 

   Related Posts