ସ୍ତ୍ରୀଙ୍କ କଥାରେ ଅଶ୍ଳୀଳ ଭିଡିଓ ଦେଖି ସ୍ବାମୀଙ୍କ ମୁଣ୍ଡ ଗରମ, ଅଦ୍ଭୁତ ଖିଆଲର ଡାକ୍ତରାଣୀ ଏବେ ବିବାହ ବଞ୍ଚାଇବାକୁ ବେଦମ

Published By : Prameya-News7 Bureau | February 05, 2020 IST

ବେଙ୍ଗାଲୁରୁ ୦୫।୦୨: ପତ୍ନୀଙ୍କ ଅଦ୍ଭୁତ ପ୍ରବୃତ୍ତିରୁ କାଠଗଡାରେ ବାହାଘର । ଡାକ୍ତର ପତ୍ନୀ ତାଙ୍କ ଇଞ୍ଜିନିୟର ସ୍ବାମୀଙ୍କୁ ଅଶ୍ଳୀଳ ଏବଂ ଆଡାଲ୍ଡ ଭିଡିଓ ଦେଖିବାକୁ କହିଲେ । ଆଉ ସ୍ବାମୀ ଯେତେବେଳେ ତାହା ଦେଖିବାକୁ ଗଲେ, ତାଙ୍କ ମୁଣ୍ଡ ଖରାପ ହୋଇଗଲା ।  କାରଣ ଆଡଲ୍ଡ ଭିଡିଓରେ ସେ ନିଜ ସ୍ତ୍ରୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଅସଞ୍ଜତ ଅବସ୍ଥାରେ ଦେଖି ଚମକି ପଡିଲେ । ଏଥିଯୋଗୁଁ ଏବେ ଉଭୟଙ୍କ ବୈବାହିକ ସମ୍ପର୍କ ଭାଙ୍ଗିବାକୁ ବସିଥିବା ବେଳେ, ସମ୍ପର୍କର ସୁରକ୍ଷା ପାଇଁ ପାରିବାରିକ ପରାମର୍ଶଦାତାଙ୍କ ଦ୍ବାରସ୍ଥ ହୋଇଛନ୍ତି ପତ୍ନୀ । ବିବାହିତା ମହିଳା ପୋଲିସ ଅଧିନସ୍ଥ ପରାମର୍ଶ କେନ୍ଦ୍ର ‘ପରିହାର’ ସହ ସମ୍ପର୍କ କରି ତାଙ୍କ ବିବାହକୁ ବିଚ୍ଛେଦରୁ ରକ୍ଷା କରିବା ଲାଗି ନିବେଦନ କରିବାପରେ ଘଟଣାଟି ସାମ୍ନାକୁ ଆସିଛି ।

କୋଲକାତାରେ ରହୁଥିବା ମହିଳା ପେଷାରେ ଜଣେ ଡାକ୍ତର । ୨୦୧୮ରେ ମହିଳାଙ୍କ ବିବାହ ହୋଇଥିଲା  ଏବଂ  ବିବାହ ପରେ ଉଭୟ ପତି ଓ ପତ୍ନୀ ବେଙ୍ଗାଲୁରୁରେ ରହୁଥିଲେ । ବିବାହ ପୂର୍ବରୁ ମହିଳାଙ୍କ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ଥିଲା । ଏବଂ ବିବାହ ପରେ ସେ ଅନ୍ୟ କୌଣସି ପୁରୁଷ ସହିତ ଯୋଗାଯୋଗ ରଖିବେ ନାହିଁ ବୋଲି ପତିଙ୍କୁ ଆଶ୍ବସନା ଦେଇଥିଲା । ବିବାହ ପରେ ସ୍ବାମୀଙ୍କୁ ଅଶ୍ଲିଳ ତଥା ଯୌନ ଉଦ୍ଦିପକ ଭିଡିଓ ଦେଖିବାକୁ ସ୍ତ୍ରୀ ବାଧ୍ୟ କରୁଥିଲେ । ଅଶ୍ଲୀଳ ଓ୍ବେବସାଇଟରେ ଭିଡିଓ ଦେଖୁଥିବା ସମୟରେ ସ୍ବାମୀ ଯାହା ଦେଖିଲେ ତାଙ୍କ ଗୋଡ ତଳୁ ମାଟି ଖସିପଡିଲା । ନିଜ ପତ୍ନୀଙ୍କୁ ଅନ୍ୟ ପୁରୁଷଙ୍କ ସମ୍ପର୍କ ରଖିବାର ଭିଡିଓ ଓ୍ବେବସାଇଟ୍‌ରେ ଦେଖିଥିଲା । ଘଟଣାସମ୍ପର୍କରେ ନିଜ ସ୍ତ୍ରୀଙ୍କୁ ପଚାରିବାରୁ ପୂର୍ବତନ ପ୍ରେମିକ ସହ  ସମ୍ପର୍କ ରଖିବା ବେଳର ଭିଡିଓ । ଏବଂ ଏଥିଲାଗି ପୂର୍ବ ପ୍ରେମିକ ତାଙ୍କୁ ବ୍ଲାକମେଲ୍‌ କରୁଛି ।  କିନ୍ତୁ ସ୍ତ୍ରୀର ଉତ୍ତରରେ ସ୍ବାମୀ ଅସନ୍ତୁଷ୍ଟ ରହିଥିଲେ ।  ପରପୁରୁଷ ସହିତ ସମ୍ପର୍କ ରଖିବା ରଖିବା ନେଇ ତାଙ୍କୁ ଛାଡପତ୍ର ମାଗିଛନ୍ତି ସ୍ବାମୀ ।

ବିବାହ ପୂର୍ବରୁ ମହିଳାଙ୍କ ଅନେକ ସମ୍ପର୍କ ଥିଲା ବୋଲି ସେ ସ୍ବୀକାର କରିଛନ୍ତି । ଏବଂ ସେହି ସବୁ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଯିବ , ତାହା ସେ ଆଶା କରିନଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି । ସେପଟେ ସ୍ବାମୀ ଜଣଙ୍କ ନିଜ ସ୍ତ୍ରୀଙ୍କ ଠାରୁ ମୁକ୍ତି ପାଇବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ସ୍ତ୍ରୀ ନିଜ ବୈବାହିକ ଜୀବନ କିପରି ସୁରକ୍ଷିତ ହେବ । ସେନେଇ ସେ ପରିବାର ପରାମର୍ଶ କେନ୍ଦ୍ର ‘ପରିହାର’ ସହ ସମ୍ପର୍କ କରିଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ହେଇଥିବା ବିବାଦକୁ ଆପୋସ ବୁଝାମଣାରେ ସମାଧାନ କରିବାକୁ ପ୍ରୟାସ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.