ଜନ୍ମରୁ ହିଁ ପ୍ରଭାବଶାଳୀ ହୋଇଥାନ୍ତି ବିଛା ରାଶି ବ୍ୟକ୍ତି: ଜାଣନ୍ତୁ ଆଉ କଣ କଣ ରହିଛି ବିଶେଷତ୍ୱ

Published By : Prameya-News7 Bureau | April 14, 2020 IST

ଭୁବନେଶ୍ୱର ୧୪/୦୪ : ବିଛା ରାଶି ବ୍ୟକ୍ତି ଜନ୍ମରୁ ହିଁ ପ୍ରଭାବଶାଳୀ ହୋଇଥାନ୍ତି | ଏହି ରାଶିର ବ୍ୟକ୍ତି ବିଶେଷଙ୍କ ମଧ୍ୟରେରେ ଅନେକ ଯୋଗ୍ୟତା ରହିଥାଏ | ଏମାନଙ୍କ ଭିତରେ କିଛି ଦୋଷ ଦୁର୍ବଳତା ମଧ୍ୟ ଥାଏ ଯେଉଁଥିପାଇଁ ସମାଜରେ ସେମାନଙ୍କ ଭାବମୂର୍ତ୍ତି ବେଳେବେଳେ ଖରାପ ମଧ୍ୟ ହୋଇଥାଏ | ଜାଣନ୍ତୁ ବିଛା ରାଶି ବ୍ୟକ୍ତିଙ୍କ ସ୍ୱଭାବ କିପରି ଏବଂ ତାଙ୍କ ଭିତରେ କାନ କାନ ବିଶେଷତ୍ୱ ରହିଥାଏ |

ବିଛା ରାଶିର ସ୍ୱାମୀ ମଙ୍ଗଳ ଗ୍ରହ | ରାଶିଚକ୍ରରେ ବିଛା ରାଶିର ସ୍ଥାନ ଅଷ୍ଟମରେ ରହିଛି | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଛା ରାଶି ବ୍ୟକ୍ତି ବହୁତ ପ୍ରଭାବଶାଳୀ ହୋଇଥାନ୍ତି | ଏହି ରାଶିର ଅଧିକାଂଶ ବ୍ୟକ୍ତି ସରକାରୀ କ୍ଷେତ୍ରରେ ଉଚ୍ଚ ପଦବୀରେ ବିରାଜମାନ ହୋଇଥାନ୍ତି | ଏହି ରାଶିର ବ୍ୟକ୍ତି ବିଶେଷ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ମଧ୍ୟ ସହଜରେ ସଠିକ ନିଷ୍ପତ୍ତି ନେଇଥାନ୍ତି | ବିଛା ରାଶିର ସ୍ୱାମୀ ମଙ୍ଗଳ ଗ୍ରହ | ଏମାନେ ଅନ୍ୟମାନଙ୍କ କାମରେ ଅଯଥାରେ ହସ୍ତକ୍ଷେପ କାରଣଟି ନାହିଁ | ଅନ୍ୟମାନଙ୍କୁ ନିଜ କାମରେ ମଧ୍ୟ ଦାଖଲ ଦେବାକୁ ଦିଅନ୍ତି ନାହିଁ | ଏମାନେ ନିଜ କଳା କାର୍ଯ୍ୟରେ ନିପୁଣ ହୋଇଥାନ୍ତି |

ବିଛା ଲଗ୍ନର ବ୍ୟକ୍ତିଙ୍କ ଶାରୀରିକ ଗଠନ ମଧ୍ୟ ମଜବୁତ | ସାଧାରଣତଃ ଏମାନେ ଡେଙ୍ଗା ଥାନ୍ତି | ଦେଖିବାକୁ ମଧ୍ୟ ଏମାନେ ଆକର୍ଷଣୀୟ ଥାନ୍ତି | ଏମାନଙ୍କ ଆଖି ବହୁତ ଆକର୍ଷଣୀୟ ଓ ସୁନ୍ଦର | ଏମାନଙ୍କ ଓଠ ମଧ୍ୟ ବହୁତ ସୁନ୍ଦର ହୋଇଥାଏ | ଏମାନଙ୍କ କେଶ ସାଧାରଣତଃ ବାଦାମୀ ରଙ୍ଗର ହୋଇଥାଏ | ଏମାନେ ବହୁତ ଶକ୍ତିଶାଳୀ ଓ କ୍ରୀଡ଼ାବିତ ସ୍ୱଭାବର ହୋଇଥାନ୍ତି |

ବିଛା ରାଶିର ବ୍ୟକ୍ତି ବିଶେଷ ଟିକେ ଗରମ ସ୍ୱଭାବର ହୋଇଥାନ୍ତି | ଯେତେ କ୍ରୋଧୀ ହେଲେ ମଧ୍ୟ ଏମାନଙ୍କ ହୃଦୟରେ ଦୟଭାବ ରହିଥାଏ | ଏମାନେ ସ୍ୱାଧୀନତା ପସନ୍ଦ କରନ୍ତି | ଏହି ରାଶିର ବ୍ୟକ୍ତିଙ୍କ ଇଛା ବିଳମ୍ବରେ ପୁରା ହୋଇଥାଏ | ଅଚାନକ ଟଙ୍କା ଆବଶ୍ୟକ ପଡିଲେ ଏମାନଙ୍କୁ ସମୟରେ ଟଙ୍କା ମିଳିନଥାଏ | ଏମାନେ ଆତ୍ମା ବିଶ୍ୱାସ କେନ୍ଦ୍ରିକ ଓ ଆଧ୍ୟାତ୍ମିକ ଚିନ୍ତାଧାରା ସମ୍ପର୍ଣ୍ଣ | ଏମାନେ କଳା କ୍ଷେତ୍ରରେ କୁଶଳୀ ହୋଇଥାନ୍ତି |

ସାଧାରଣତଃ ବିଛା ରାଶି ବ୍ୟକ୍ତିଙ୍କ ଯୌନାଙ୍ଗ ସମ୍ବନ୍ଧିତ ସମସ୍ୟା ରହିଥାଏ | ଏମାନଙ୍କ ହେମୋଗ୍ଲୋବିନ ସମସ୍ୟା ମଧ୍ୟ ଦେଖାଦିଏ | ଏମାନେ ଲିଭର ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.