Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୫୩ ମହିଳାଙ୍କୁ ଡେଟ୍ ଓ ୪ ଜଣଙ୍କୁ ବିବାହ: ନକଲି ସେନା ଅଧିକାରୀ ପରିଚୟ ଦେଇ ମହିଳାଙ୍କୁ ଫସାଉଥିଲା ପ୍ରେମୀ ଆୱାରା

8/07/2021 at 4:13 PM

ମୁମ୍ବାଇ ୦୮/୦୭ : ମହାରାଷ୍ଟ୍ରରେ ବିବିଓ୍ବାଡି ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଯିଏ ଭାରତୀୟ ସେନା ଅଧିକାରୀ ବୋଲି ଦର୍ଶାଇ ଅନେକ ଲୋକଙ୍କୁ ଠକୁଥିଲା। ନିଜକୁ ସେନା ଅଧିକାରୀ ଦର୍ଶାଇ ପ୍ରାୟ ୫୩ ଜଣ ମହିଳାଙ୍କ ସହ ସମ୍ପର୍କ ରଖିଥିଲା ଓ ୪ ଜଣଙ୍କୁ ବିବାହ କରିଥିଲା। ଯୁବକ ଜଣକ ସେନାରେ ଚାକିରୀ କରାଇଦେବା ନାଁରେ ଲୋକଙ୍କୁ ଠକୁଥିଲା।

ପୋଲିସ କହିଛି ଯେ ଏହି ମାମଲାରେ ଔରଙ୍ଗାବାଦର କନ୍ନଡ ତାଲୁକା ନିବାସୀ ୨୬ ବର୍ଷିୟ ଯୋଗେଶ ଦତ୍ତୁ ଗାଇକୱାଡ ସେନାରେ ଚାକିରୀ କରେଇଦେବା ନାଁରେ ୨୦ ରୁ ଅଧିକ ଯୁବକଙ୍କୁ ଠକିଛି। ଯୋଗେଶଙ୍କ ସହ ହେମାଦନଗରର ବାସିନ୍ଦା ସଞ୍ଜୟ ସିନ୍ଦେ ନାମକ ଜଣେ ବ୍ୟକ୍ତି ମଧ୍ୟ ଏଥିରେ ସମ୍ପୃକ୍ତ ଥିଲା । ଯିଏ ନିଜକୁ ଲୋକଙ୍କ ଆଗରେ ଯୋଗେଶଙ୍କ ଅଙ୍ଗରକ୍ଷୀ ବୋଲି ପରିଚୟ ଦେଉଥିଲା। ପୋଲିସର ସୂଚନାନୁସାରେ, ସଞ୍ଜୟ ଏବଂ ଯୋଗେଶଠାରୁ ୧୨ ଟି ସେନା ପୋଷାକ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି।

ସୋସିଆଲ ମିଡିଆ ମାଧ୍ୟମରେ ଯୋଗେଶର ପ୍ରାୟ ୫୩ ମହିଳାଙ୍କ ସହ ସମ୍ପର୍କ ଥିବା ପୋଲିସ କହିଛି। ସେ ମହିଳାମାନଙ୍କ ଜରିଆରେ ସେମାନଙ୍କ ସମ୍ପର୍କୀୟଙ୍କ ନିକଟରେ ପହଞ୍ଚୁଥିଲା ଏବଂ ସେନାରେ ଚାକିରୀ କରାଇଦେବା ବାହାନାରେ ସେମାନଙ୍କୁ ଠକୁଥିଲା। ପୋଲିସ ଯାଞ୍ଚରୁ ଜଣାପଡିଛି ଯେ ଯୋଗେଶ ୪ ମହିଳାଙ୍କୁ ବିବାହ କରିଛି। ତାର ଦୁଇ ପତ୍ନୀ ପୁଣେର ହୋଇଥିବା ବେଳେ ଜଣେ ଅମରାବତୀ ଏବଂ ଜଣେ ଔରଙ୍ଗାବାଦ।

ବରିଷ୍ଠ ଇନ୍ସପେକ୍ଟର ସୁନୀଲ ଜାୱରେ କହିଛନ୍ତି ଯେ, ଯୋଗେଶ ୫୩ ଜଣ ମହିଳାଙ୍କୁ ଡେଟ କରିଛି ଏବଂ ୪ ଜଣଙ୍କୁ ବିବାହ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଥିରୁ ୨ ଜଣଙ୍କ ସହ ଧର୍ମଶାଳା ଓ ଅନ୍ୟ ଦୁଇ ଜଣଙ୍କ ସହ ମନ୍ଦିରରେ ବିବାହ କରିଛି। ସେ ସୋସିଆଲ ମିଡିଆ ମାଧ୍ୟମରେ ମହିଳାମାନଙ୍କୁ ଫାନ୍ଦରେ ପକାଉଥିଲା।

   Related Posts