ବିଭୂତି ଭୂଷଣ ଜେନା ହେଲେ ଚଣ୍ଡିଖୋଲ ଟ୍ରକ୍‌ ମାଲିକ ସଂଘର ସଭାପତି

Published By : Prameya-News7 Bureau | March 10, 2021 IST

ଚଣ୍ଡିଖୋଲ, ୧୦/୦୩: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରେ ଟ୍ରକ ମାଲିକ ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଆଗାମୀ ଦିନରେ କିପରି ଟ୍ରକ ଗୁଡ଼ିକ ଠିକ୍‌ରେ ଚାଲିପାରିବ ସେ ନେଇ ଆଲୋଚନା ହେବା  ସହିତ ଟ୍ରକ ମାଲିକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ସୂଚନା ମିଳିଛି ।

ନୂଆ କରି ବିଭୂତି ଭୂଷଣ ଜେନାଙ୍କୁ ସଭାପତି ଏବଂ କ୍ରିତି ରାଜେ ସ୍ୱାଇଁଙ୍କୁ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି । ଶ୍ରୀ ଜେନା ଜଣେ ଶିକ୍ଷିତ ଏବଂ ଜନପ୍ରିୟ ଲୋକ ହୋଇଥିବାରୁ ସଂଘର ସଦସ୍ୟମାନେ ତାଙ୍କୁ ଏହି ପଦରେ ବସାଇଛନ୍ତି ।

ଏନେଇ ସେ କହିଛନ୍ତି ଯେ, ଆଗାମୀ ଦିନରେ ଟ୍ରକ୍‌ ମାଲିକମାନଙ୍କର ସମସ୍ୟାର ସମାଧାନ କରିବା ସହିତ ସେମାନେ କିପରି ସୁବିଧାରେ ଗାଡ଼ି ଚଳାଇ ପାରିବେ ସେ ସମ୍ୱନ୍ଧରେ ଅଧିକ ଧ୍ୟାନ ଦିଆଯିବ । ଏଥିସହିତ ସେମାନଙ୍କର ଉନ୍ନତିରେ ସଂଘର ଉନ୍ନତି ବୋଲି ସେ କହିଛନ୍ତି ।  

ତେବେ ଏହି ବୈଠକରେ ଟ୍ରକ ମାଲିକ ସଙ୍ଘର ପୂର୍ବତନ ସଭାପତି, ସମ୍ପାଦକ ଓ କିଛି ଟ୍ରକ ମାଲିକ ଯୋଗ ଦେଇ ନୂତନ କର୍ମକର୍ତ୍ତାଙ୍କୁ ଚୟନ କରିଥିବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.