ହାଇକୋର୍ଟର ନୂଆ ବିଚାରପତିଭାବେ ଶପଥ ନେଲେ ବିଭୁପ୍ରସାଦ ରାଉତରାୟ

Published By : Prameya-News7 Bureau | November 08, 2019 IST

କଟକ ୮।୧୧ :  ଆଜି ଓଡିଶା ହାଇକୋର୍ଟର ନୂତନ ବିଚାରପତିଭାବେ ଶପଥ  ଗ୍ରହଣ କରିଛନ୍ତି  ବିଭୁପ୍ରସାଦ ରାଉତରାୟ । ହାଇକୋର୍ଟ ମୁଖ୍ୟ ବିଚାରପତି ଶପଥ ପାଠ କରାଇଛନ୍ତି । ହାଇକୋର୍ଟ ନ୍ୟୁ କନଫରେନ୍ସ ହଲରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଶପଥ ଗ୍ରହଣ ।ବିଭୁପ୍ରସାଦଙ୍କ ଶପଥ ଗ୍ରହଣ ସହ  ହାଇକୋର୍ଟର ବିଚାରପତି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।

{"id":180766,"width":588,"height":561}

ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ.ଏ ବୋବଡେ ଓ ଜଷ୍ଟିସ ଏନ.ଭି ରମନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ବିଭୁପ୍ରସାଦ ରାଉତରାୟଙ୍କ ନାଁ ବିଚାରପତି ପଦପାଇଁ ଅକ୍ଟୋବର ୩ତାରିଖରେ ସୁପାରିଶ କରିଥିଲେ । କେନ୍ଦ୍ରସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ।ଆଜି ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଇଛନ୍ତି ବିଭୁପ୍ରସାଦ ରାଉତରାୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.