Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ବିଜେପିରେ ଯୋଗଦେବେ କଂଗ୍ରେସ ଛାଡିଥିବା ବିଭୁ ପ୍ରସାଦ ତରାଇ !

4/04/2019 at 10:38 AM

ଭୁବନେଶ୍ବର ୪|୪ : ଗତକାଲି କଂଗ୍ରେସ ଛାଡିଥିବା ତିର୍ତ୍ତୋଲ ବିଧାନସଭା ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ବିଜେପିରେ ଯୋଗଦେଇପାରନ୍ତି । ଜଗତସିଂହପୁର ଲୋକସଭା ଆସନରୁ ଟିକେଟ୍ ନମିଳିବାରୁ ବିଭୁ ତରାଇ ଅସନ୍ତୁଷ୍ଟ ଥିଲେ । ବାପି ସର୍ଖେଲଙ୍କୁ ପାରଦୀପ ଆସନରୁ ପ୍ରାର୍ଥୀ କରିବା ପରେ ବିଭୁ ଆହୁରି କ୍ଷୁବ୍ଧ ହୋଇଥିଲେ । ତାଙ୍କୁ ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ କରାନଗଲେ ପାରାଦୀପ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଉ ବୋଲି ବିଭୁ ଚାହୁଁଥିଲେ । ଏ ଦୁଇଟି ଯାକ କଥା ନହେବାରୁ ସେ ଗତକାଲି ଦଳ ଛାଡିଥିଲେ । କଂଗ୍ରେସ ଛାଡିବା ପରେ ବିଜେପିରେ ଯୋଗଦେଇ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଭୁ ତରାଇ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ଏପର୍ଯ୍ୟନ୍ତ ବିଜେପି କେନ୍ଦ୍ରାପଡାରେ ପ୍ରାର୍ଥୀ ଘୋଷଣା କରିନାହିଁ । ସୂଚନାଯୋଗ୍ୟ ଯେ, ବିଜେଡି ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ରାପଡାରେ ପ୍ରାର୍ଥୀ ଦେଇନାହିଁ । କେବଳ କଂଗ୍ରେସ ଏଠାରେ ଗଣେଶ୍ବର ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

   Related Posts