ପରଲୋକରେ ସାଉଥ ସୁପରଷ୍ଟାର ବିବେକ୍: ଟିକା ନେଇ ହୃଦଘାତର ଶିକାର ହୋଇଥିଲେ

Published By : Prameya-News7 Bureau | April 17, 2021 IST

ଚେନ୍ନାଇ ୧୭/୪: ପରଲୋକରେ ସାଉଥ କମେଡିଆନ୍ ତଥା ସୁପରଷ୍ଟାର ବିବେକ୍ । ୫୯ ବର୍ଷ ବୟସରେ ଚେନ୍ନାଇର ଏକ ହସ୍ପିଟଲରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ICU ରେ ଓ୍ୱାର୍ଡରେ ସ୍ନତନ୍ତ୍ର ଟ୍ରିଟମେଣ୍ଟ କରାଯାଉଥିଲା । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ। ହେଲେ ଆଜି ଭୋର ୪.୩୦ରେ ତାଙ୍କର ନିଧନ ହୋଇଛି ।

୧୫ ଏପ୍ରିଲରେ ସେ ସରକାରୀ ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ । ତେବେ ଟିକା ନେବା ପରେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ଟିକା ନେବା ପୂର୍ବରୁ ବିବେକ କହିଥିଲେ କୋବିଡ ଭ୍ୟାକସିନ୍ ସମସ୍ତଙ୍କ ପାଇଁ ନିରାପଦ । ଟିକା ନେବା ନିହାତି ଜରୁରୀ । ସେଥିପାଇଁ ସେ ତାଙ୍କର ଏକ ବନ୍ଧୁ ସହ ଯାଇ ସରକାରୀ ହସ୍ପିଟାଲରେ ଟିକା ନେଇଥିଲେ। ତାମିଲ ସିନେମାରେ କାମ କରିବା ସହ ସେ କମେଡିଆନ୍ ଭାବେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ  । ରଜନୀକାନ୍ତ, କମଲ ହାସନଙ୍କ ସମେତ ଅନେକ ନାମୀଦାମୀ କଳାକାରଙ୍କ ସହ ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ ରଜନୀକାନ୍ତଙ୍କ ସହ ଶିବାଜୀ ଚଳଚିତ୍ରରେ ମଧ୍ୟ ଅଭିନୟ କରି ବେଶ୍ ସଫଳତା ସାଉଁଟିଛନ୍ତି । ତାଙ୍କ ମୃତ୍ୟୁ ପରେ ଟଲିଉଡ ଓ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.