Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଭରସା ଦେଇ ଇଜ୍ଜତ ନେଲା , କାର୍‌ରେ ଲିପ୍ଟ ଦେଇ ବିବାହିତ ମହିଳାଙ୍କୁ ଦୁଷ୍କର୍ମ

5/09/2020 at 2:26 PM

ରାଉରକେଲା ୦୫।୦୯: କାର୍‌ ଭିତରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ । ରାଉରକେଲା ରଘୁନାଥପଲ୍ଲୀ ଥାନାରେ ଏନେଇ  ଅଭିଯୋଗ  ହୋଇଛି । ଘଟଣାରେ ଛାନ୍‌ଭିନ୍‌ କରି ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ।

ଖବରଅନୁଯାୟୀ,  ଗତ ୩ ତାରିଖ ଦିନ ସନ୍ଧ୍ୟା ସମୟରେ ମହିଳା ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ)ରୁ ଘରକୁ ଯିବା ପାଇଁ ଅଟୋର  ଅପେକ୍ଷା କରିଥିଲେ । କିନ୍ତୁ ଅଟୋ ଆସିବା ପରିବର୍ତ୍ତେ ଏକ କାର୍‌ ଚାଳକ ଆସି ଘରେ ଛାଡିଦେବାକୁ କହିଥିଲେ । ମହିଳାଙ୍କ ଜଣଙ୍କ ଏହାଶୁଣି କାର୍‌ରେ ବସିଥିଲେ ।

ଘରେ ଛାଡି ଦେବାକୁ କହି ରାଜଗାଙ୍ଗପୁର ଗେଟ୍‌ରୁ ପାଖାପାଖି ୫୦୦ମିଟର ଦୂରରେ ଥିବା ଏକ ନିଛାଟିଆ ଜାଗା ଦେଖି ଗାଡି ଅଟକାଇଥିଲେ । ମହିଳାଜଣଙ୍କ ଗାଡି କଣ ଅଟକାଇଲ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ନିଛାଟିଆ ଜାଗା ଦେଖି ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିବା ରଘୁନାଥପଲ୍ଲୀ ପୋଲିସ ନିକଟରେ ଅଭିଯୋଗ ହୋଇଛି । ସେହିପରି ଅଭିଯୁକ୍ତକୁ ଅଟକ ରଖି ପଚାଉରଚରା କରୁଥିବା ସୂଚନା ରହିଛି ।

   Related Posts