Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ସବୁ ସୀମା ଟପିଲେ ୩ କାମାନ୍ଧ : ମନ୍ଦିର ପାଖରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ କଲେ ଭାଇରାଲ…

30/07/2021 at 10:26 AM

ଉଦଳା, ୩୦/୦୭ :   ହୀନ ମାନସିକତା ଏବଂ କାମାନ୍ଧ ହୋଇ ତିନି ବ୍ୟକ୍ତି କରିଲେ ପାଶବିକ ଅତ୍ୟାଚାର । ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ଭିଡିଓ ଭାଇରାଲ କରିଦେଲେ । ଆଉ ଏବେ ପୋଲିସ୍ ସେହି ବ୍ୟକ୍ତିମାନଙ୍କୁ ଗିରଫ କରିଛି । ଏଭଳି ଘଟଣା ଏବେ ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଞ୍ଚଳରେ ଚର୍ଚ୍ଚର ବିଷୟ ପାଲଟିଛି ।

ସୂଚନାନୁସାରେ, ଖୁଂଟା ଥାନା ଡୁକୁରା ଅଂଚଳର ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ତିନି ଜଣ ବ୍ୟକ୍ତି ଏକ ମନ୍ଦିର ପରିସରରେ ଥିବା ଭଙ୍ଗା ଘର ଭିତରେ ଦୁଷ୍କର୍ମ କରିଥିଲେ । ଏହାପରେ ମହିଳାଙ୍କ ଭିଡିଓ ଭାଇରାଲ କରିଥିଲେ । ଏହି ଭାଇରାଲ ଭିଡିଓ ଖୁଂଟା ପୋଲିସ୍‌ ହାତରେ ଲାଗିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ଛାନଭିନ୍‌ କରିଥିଲା । ଏବଂ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣ ହେଲେ ଡୁକୁରା ଅଂଚଳର ଦିଲ୍ଲୀପ ଚକ୍ର, ବୈରାଗୀ ମହାନ୍ତି ଏବଂ ବିଜୟ କୁମାର ସାହୁ ।

 ଏହି ତିନି ଜଣ ବ୍ୟକ୍ତି ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଭିଡିଓ ସୁଟିଙ୍ଗ କରିଥିଲେ । ତେବେ ସେହି ଚତୁର୍ଥ ବ୍ୟକ୍ତି ଯିଏ କି ଭିଡିଓ ସୁଟିଙ୍ଗ କରିଥିଲେ ତାଙ୍କୁ ଖୋଜୁଛି ପୋଲିସ । ଏଭଳି ହୀନ ମାନସିକତାର କାମାନ୍ଧ ବ୍ୟକ୍ତିମାନେ ଜଣେ ବିବାହିତା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର କରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚର ବିଷୟ ପାଲଟିଛି ।

   Related Posts