ବିବାଦରେ ଡୋଲେ ରକର୍, ନୂଆ ରାପ୍ 'ଥ୍ରୀ ଏକ୍ସ'କୁ ନେଇ ବଢିଲା ଅଡୁଆ, ଥାନାରେ ମାମଲା

Published By : Prameya-News7 Bureau | May 21, 2021 IST

କଳାହାଣ୍ଡି,୨୧/୦୫:  ଯେଉଁ ସୋସିଆଲ ମିଡ଼ିଆ ରାତାରାତି କଳାହାଣ୍ଡିର ରାପ୍ ସିଙ୍ଗର ଡୋଲେଶ୍ବର ତାଣ୍ଡିକୁ "ଡୋଲେ ରକର " ଭାବେ ପ୍ରସିଦ୍ଧି କରିଥିଲା। ସେହି ସୋସିଆଲ ମିଡ଼ିଆ ଏବେ ଡୋଲେ ରକରଙ୍କୁ  "ଥ୍ରୀ ଏକ୍ସ ""ଗୀତ ପାଇଁ ଖଳନାୟକ ସଜାଇ ଦେଇଛି। ପ୍ରଶଂସକମାନ ଡୋଲେଙ୍କୁ ଖୁବ୍ ସମାଲୋଚନା କରିଛନ୍ତି ।

ଗତ ବର୍ଷ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନିଜ ରାପ୍ ସଂଗୀତ ମାଧ୍ୟମରେ ସରକାରଙ୍କୁ ପ୍ରଶ୍ନ କରିଥିଲେ ଡୋଲେ ରକର୍।ଏହା ରାଜ୍ୟ ଠାରୁ ଆନ୍ତର୍ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଥିଲା । ସୋସିଆଲ ମିଡ଼ିଆ ଡୋଲେଶ୍ବରଙ୍କୁ ଜାତୀୟ ଆନ୍ତର୍ଜାତିକ ଗଣମାଧ୍ୟମରେ  " ଡୋଲେ ରକର୍ "ର ପରିଚୟ ଦେଇଥିଲା। କିନ୍ତୁ  ଚଳିତ ଲକଡାଉନରେ ଡୋଲେ ରକର୍ ନୁଆ ରାପ୍ ଗୀତ ""ଥ୍ରୀ ଏକ୍ସ"" ରେ ନାରୀଙ୍କ ପ୍ରତି ଆଶ୍ଲୀଳ ମନ୍ତବ୍ୟ ଥିବା ଦେଖିବାକୁ ମିଳିଛି । ଏହି ଗୀତରେ ନାରୀଙ୍କ ପ୍ରତି ଅତି ଆପତ୍ତିଜନକ ଶବ୍ଦ ପ୍ରୟୋଗ ହୋଇଛି । ଯାହା ସମସ୍ତଙ୍କୁ ନିରାଶ କରିଛି। କଳାହାଣ୍ଡି ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି।

{"id":455225,"sizeSlug":"large","linkDestination":"none"}

କଳାହାଣ୍ଡି କଳାକାର ସଂଘ ଡୋଲେ ରକରଙ୍କ ସଫଳତାକୁ ନେଇ ଯେତେ ଗୌରବାନ୍ୱିତ ହୋଇଥିଲା, ଏହି ଅଶ୍ଲୀଳ ଗୀତ ପାଇଁ ସେତେ ଲଜ୍ଜିତ ହୋଇଥିବା କହିଛି। ଯଥାଶୀଘ୍ର ଡୋଲେ ରକର୍ ଏଥିପାଇଁ କ୍ଷମା ମାଗନ୍ତୁ ଏବଂ ଭବିଷ୍ୟତରେ ଏଭଳି ଶସ୍ତା ସଙ୍ଗୀତ ମାଧ୍ୟମରେ ନିଜ ପ୍ରତି ଦୃଷ୍ଟି ଆକର୍ଷଣ କରିବା ମାନସିକତାରୁ ନିବୃତ ରୁହନ୍ତୁ ବୋଲି ସଙ୍ଘ କହିଛି । ଅନ୍ୟ ପକ୍ଷରେ ନାରୀଙ୍କ ସମ୍ମାନ ହାନି କରୁଥିବାରୁ ଡୋଲେ ରକରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇଛି। ଅନଲାଇନ ଜରିଆରେ ଦିଆଯାଇଥିବା ଏତଲାକୁ ପୋଲିସ ଗ୍ରହଣ କରି ମାମଲା ରୁଜୁ କରିଛି।

{"id":455222,"sizeSlug":"large","linkDestination":"none"}

ସଙ୍ଗୀତକୁ ନେଇ ବିବାଦ ତେଜିଲା ପରେ ଡୋଲେ ରକର୍ ତାଙ୍କ ଫେସବୁକ୍ ଓ ୟୁଟ୍ୟୁବରୁ ଗୀତକୁ ହଟେଇ ଦେଇଛନ୍ତି । ଏହାସହ ସମସ୍ତଙ୍କ ନିକଟରେ ସୋସିଆଲ ମିଡ଼ିଆ ଜରିଆରେ କ୍ଷମା  ପ୍ରାର୍ଥନା କରିଛନ୍ତି। ହେଲେ ଏହାକୁ ଶୁଭେଚ୍ଛୁ କେତେ ଦୂର ଗ୍ରହଣ କରିବେ ତାହା ଆଗକୁ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.