Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୩ଥର ଗ୍ରାଣ୍ଡ ସ୍ଲାମ୍‌ ଜିତିଥିବା ସେରେନାଙ୍କୁ ୟୁଏସ୍ ଓପନରେ ହରାଇବାପରେ ଆମେରିକୀୟ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ବିୟାଙ୍କା, କାହିଁକି ଜାଣନ୍ତୁ

ଆମେରିକାରେ ଖେଳାଯାଉଥିବା ୟୁଏସ ଓପନରେ ୱିମେନ ସିଙ୍ଗଲ୍ସର ଫାଇନାଲରେ ସେରେନା ୱିଲିଅମ୍ସଙ୍କୁ କାନାଡାର ବିୟାଙ୍କା ଏନ୍ଦ୍ରୁସ୍କୁ ହରାଇଛନ୍ତି। ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ଟେନିସ ଖେଳାଳୀ  ହେଉଛନ୍ତି ବିୟାଙ୍କା । ମ୍ୟାଚ ପରେ ସେ ଆମେରିକୀୟ ଫ୍ୟାନ୍ସଙ୍କୁ କ୍ଷମା ମାଗିଛନ୍ତି।  

ସେ କହିଛନ୍ତି ଯେ, ସେଠାର ଲୋକେ ସେରେନାଙ୍କୁ ଏହି ଟାଇଟେଲ ଜିତିବାର ଦେଖିବାପାଇଁ ଆସିଥିଲେ। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡିଛି । ସେଥିପାଇଁ ସେ କ୍ଷମା ମାଗିଛନ୍ତି। ଶ୍ରେଷ୍ଠ ଖେଳାଳୀ ସେରେନାଙ୍କୁ ସେ ହରାଇବାର ଭରପୁର ଚେଷ୍ଟା କରିଥିଲେ ଓ ଏଥିରେ ସେ ସଫଳ ହୋଇଛନ୍ତି।

ସେ ଇତିହାସ ତିଆରି କରିବାକୁ ଚାହିଁଥିଲେ ଓ ସେଥିରେ ସଫଳ ହେଲେ। ବିୟାଙ୍କାଙ୍କର ଏହି କଥା ଶୁଣି ସେରେନା ହସିଥିଲେ। ଏହା ସହ ବିୟାଙ୍କା କହିଛନ୍ତି ଯେ, ସେରେନାଙ୍କୁ ହରାଇବାର ତାଙ୍କର କୌଣସି ଇଚ୍ଛା ନଥିଲା ହେଲେ ସେ ନିଜ ସ୍ବପ୍ନ ପୂରା କରିବାକୁ ଚାହିଁଥିଲେ।  ସେରେନାଙ୍କ ବିପକ୍ଷରେ ଖେଳିବାର ସ୍ବପ୍ନ ସେ ବହୁତ ପୂର୍ବରୁ ଦେଖିଥିଲେ। ତାଙ୍କ ଅନୁସାରେ ଲଗାତାର ନିଜ ସ୍ବପ୍ନ ପଛରେ ଦୌଡିଥିବାରୁ ସେ ଏହି ସଫଳତା ହାସଲ କରିପାରିଛନ୍ତି।

ସେରେନାଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ସବୁଠୁ ଖରାପ ରହିଛି ବୋଲି ସେ କହିଛନ୍ତି। ୩୭ ବର୍ଷ ବୟସ୍କା ସେରେନା ଲଗାତାର ଫାଇନାଲରେ ହାରିଛନ୍ତି। ଗତ ବର୍ଷ ମଧ୍ୟ ଜାପାନର ନାଓମୀ ଅଶୋକା ତାଙ୍କୁ ହରାଇଥିଲେ। ସେରେନା ୨୩ ଥର ଗ୍ରାଣ୍ଡ ସ୍ଲେମ୍‌ ଜିତିଛନ୍ତି। ମ୍ୟାଚ୍‌ ପରେ ସେରେନା କହିଛନ୍ତି ଯେ, ସେ ବିୟାଙ୍କାଙ୍କୁ ବହୁତ ଭଲ ପାଆନ୍ତି। ସେ ଜଣେ ଭଲ ଖେଳାଳୀ। ହେଲେ ତାଙ୍କ ପାଇଁ ଏହି ମ୍ୟାଚ୍‌ ଅତ୍ୟନ୍ତ ଖରାପ ଯାଇଛି ବୋଲି ସେରିନା କହିଛନ୍ତି।

ସେ ବହୁତ ଖରାପ ଖେଳିଛନ୍ତି କହି ଦୁଃଖ ପ୍ରକାଶ କରିଛନ୍ତି। ଫାଇନାଲରେ ସେ ଏମିତି ଖେଳିବେ ବୋଲି ନିଜେ କେବେ ଆଶା କରିନଥିଲେ। ଗୋଟେ ଘଣ୍ଟା ୪୦ ମିନଟ୍‌ ମାରାଥନରେ ମୁକାବିଲାରେ ବିୟାଙ୍କା ୬-୩, ୭-୫ ସେଟରେ ସେରେନାଙ୍କୁ ହରାଇଛନ୍ତି।

୧୯୬୮ ମସିହାରେ ଏହି ଖେଳ ଆରମ୍ଭ ହୋଇଥିଲା। ବିୟାଙ୍କା ଏଯାଏଁ ନିଜ କ୍ୟାରିଅରରେ କେବଳ ୪ଟି ବଡ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି।

   Related Posts