Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଏଣିକି ଡେବିଟ୍ କାର୍ଡ ନୁହେଁ ଘଣ୍ଟାରେ କରିବେ ପେମେଣ୍ଟ, ଏସବିଆଇ ଆରମ୍ଭ କଲା ନିଆରା ସୁବିଧା

17/09/2020 at 2:13 PM

ନୂଆଦିଲ୍ଲୀ ୧୭/୦୯: ଏଣିକି ସପିଙ୍ଗ୍ କରିବା ପରେ ପେମେଣ୍ଟ ପାଇଁ ଡେବିଟ୍ କାର୍ଡ କି ମୋବାଇଲରେ କୌଣସି ଆପ୍ ଦରକାର ପଡ଼ିବ ନାହିଁ। ଏ କାମ ଏବେ ହାତଘଣ୍ଟା କରିବ। ସବୁଠୁ ଲୋକପ୍ରିୟ ଘଣ୍ଟା କମ୍ପାନି ଟାଇଟନ୍ ପ୍ରଥମଥର ପାଇଁ ଭାରତରେ କଣ୍ଟାକ୍ଟଲେସ୍ ପେମେଣ୍ଟକୁ ସପୋର୍ଟ କରୁଥିବା ହାତଘଣ୍ଟା ଲଞ୍ଚ କରିଛି। ଏହି ଫିଚର ପାଇଁ କମ୍ପାନି ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ପାର୍ଟନରସିପ୍ କରିଛି।

ସପିଙ୍ଗ କରିବା ପରେ ପେମେଣ୍ଟ କରିବା ସମୟରେ କେବଳ ପିଓଏସ୍ ମେସିନ୍ ସାମ୍ନାରେ ଟାଇଟନ୍ ପେ ପାଓ୍ବାର୍ଡ ଓ୍ବାଚ ଟ୍ୟାପ୍ କରିବାକୁ ହେବ। ଏତିକି କରିବା ମାତ୍ରେ କଣ୍ଟାକ୍ଟ ଲେସ୍ ପେମେଣ୍ଟ ପୂରା ହୋଇଯିବ। ସାଧାରଣତଃ ଯେପରି ଓ୍ବାଇଫାଇ ସୁବିଧା ଥିବା ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ୍ ହୋଇଥାଏ ଏହା ସେଭଳି। ଟାଇଟନ ପେମେଣ୍ଟ ଓ୍ବାଚ ସୁବିଧା କେବଳ ଏସବିଆଇ କାର୍ଡଧାରୀଙ୍କୁ ମିଳିବ। ପେମେଣ୍ଟ ଫଙ୍କସନ ମୁଖ୍ୟତଃ ସିକ୍ୟୁରଡ୍ ସାର୍ଟିଫାଇଡ ନିୟର-ଫିଲ୍ମ କମ୍ୟୁନିକେସନ୍ ଚିପ୍ (ଏନଏଫସି) ମାଧ୍ୟମରେ କାମ କରିଥାଏ ଯାହାକୁ ଓ୍ବାଚର ଷ୍ଟ୍ରାପରେ ଲଗାଯାଇଛି। ଟାଇଟନ ପେ ଫିଚର ୟୋନୋ ଏସବିଆଇ ସହ ସଂଶ୍ଳିଷ୍ଟ ଓ ଯେଉଁଠି ପିଓଏସ୍ ମେସିନ୍ ଉପଲବ୍ଧ ଥିବ ସେଠାରେ ହିଁ ଏହା କାମ କରିବ।

ଦୁଇ ହଜାର ଟଙ୍କା ପେମେଣ୍ଟ କରିବାକୁ ହେଲେ କେବଳ ଘଣ୍ଟାକୁ ଟ୍ୟାପ କରିବା ମାତ୍ରେ ପେମେଣ୍ଟ ହୋଇଯିବ, କୌଣସି ପିନ୍ ଦରକାର ପଡ଼ିବ ନାହିଁ। ମାତ୍ର ଦୁଇ ହଜାର ଟଙ୍କା ଉପରୁ ପେମେଣ୍ଟ୍ କରିବାକୁ ଚାହୁଁଥିଲେ ପିନ୍ ଦେବାକୁ ହେବ।

ଟାଇଟନର ଏହି ନୂଆ ଘଣ୍ଟାରେ ପୁରୁଷଙ୍କ ପାଇଁ ତିନିଟି ଓ ମହିଳାଙ୍କ ପାଇଁ ଦୁଇଟି ନୂଆ ଭାରିଏଣ୍ଟ ଡିଜାଇନ୍ କରାଯାଇଛି। ପୁରୁଷଙ୍କ ଘଣ୍ଟାର ଦାମ ୨,୯୯୫, ୩୯୯୫ ଓ ୫,୯୯୫ ଟଙ୍କା ଥିବା ବେଳେ ମହିଳାଙ୍କ ଘଣ୍ଟାର ମୂଲ୍ୟ ରହିଛି ୩,୮୯୫ ଓ ୪୩୯୫। ବିକ୍ରି ପାଇଁ ଏବେ ଏହା ଟାଇଟନ ଓ୍ବେବସାଇଟରେ ଉପଲବ୍ଧ।

   Related Posts