ଇଂଲଣ୍ଡରେ ଶାମି-ବୁମରା-ଇଶାନ୍ତଙ୍କଠୁ ପ୍ରଭାବଶାଳୀ ରହିଛି ଏହି ବୋଲରଙ୍କ ରେକର୍ଡ, ତଥାପି ଦଳରୁ ବାହାରେ

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ ୦୯।୦୫: ଭାରତୀୟ ଦଳ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଗତକାଲି ୨୦ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଦ୍ରୁତ ବୋଲର ମହମ୍ମଦ ସାମି, ଇଶାନ୍ତ ଶର୍ମା,  ଉମେଶ ଯାଦବ, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ସ୍ଥାନ ମିଳିଛି। ମାତ୍ର ଚୟନକର୍ତ୍ତାଙ୍କ ଏକ ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। ଭାରତର ୨୦ ଜଣିଆ ଦଳରେ ଅନୁଭବୀ ଏବଂ ଅଭିଜ୍ଞ ବୋଲର ଭୁବନେଶ୍ଵର କୁମାରଙ୍କ ନାଁ ନାହିଁ। ଭୁବନେଶ୍ଵର କୁମାର ଫିଟ୍ ବି ଅଛନ୍ତି ଏବଂ ଫର୍ମରେ ମଧ୍ୟ ଅଛନ୍ତି। ସେ ନିକଟରେ ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ଦଳରେ ଦମଦାର ପ୍ରଦର୍ଶନ କରିଥିଲେ।

ଭୁବନେଶ୍ଵର କୁମାରଙ୍କୁ ଦଳରେ ଚୟନ କରାନଯିବା ଏଥିପାଇଁ ଆଶ୍ଚର୍ଯ୍ୟ ଲାଗୁଛି, କାରଣ ଇଂଲଣ୍ଡର ପରିବେଶ ଏବଂ ପିଚ୍‌ ତାଙ୍କ ପାଇଁ ବହୁତ ଅନୁକୂଳ। ଭୁବନେଶ୍ଵର କୁମାର ଜଣେ ସୁଇଙ୍ଗ ବୋଲର ଏବଂ ସେ ଇଂଲଣ୍ଡ ମାଟିରେ ସର୍ବଦା ଭଲ ପ୍ରଦର୍ଶନ କରି ଆସିଛନ୍ତି। ବଲ୍‌କୁ ଉଭୟ ପାର୍ଶ୍ଵକୁ ସ୍ଵିଙ୍ଗ କରିବା ସହ ସଠିକ୍ ଲାଇନ୍‌ରେ ବୋଲିଂ କରିବାରେ ସେ ସିଦ୍ଧହସ୍ତ।

ଇଂଲଣ୍ଡରେ ଦମଦାର ରେକର୍ଡ

{"id":450116,"sizeSlug":"large","linkDestination":"none"}

ଭୁବନେଶ୍ଵର କୁମାରଙ୍କ ଇଂଲଣ୍ଡରେ ରେକର୍ଡ ଦମଦାର ରହିଛି। ସେ ଇଂରେଜ ମାଟିରେ ୫ ମ୍ୟାଚ୍‌ରୁ ୨୭ ହାରରେ ୧୯ ଓ୍ଵିକେଟ୍ ନେଇଛନ୍ତି। ଦୁଇ ଥର ପାଞ୍ଚ ଓ୍ଵିକେଟ୍ ନେବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି। ଷ୍ଟ୍ରାଇକ୍ ରେକଟ୍ ୫୫ ରହିଛି। ଅନ୍ୟପଟେ ଇଶାନ୍ତ ଶାର୍ମା ୧୨ଟି ମ୍ୟାଚ୍‌ରୁ ୩୪ ହାରରେ ୪୩ ଓ୍ଵିକେଟ୍ ନେଇଥିବା ବେଳେ ଷ୍ଟ୍ରାଇକ୍ ରେଟ୍‌ ୬୧ ରହିଛି। ମହମ୍ମଦ ସାମି ୮ଟି ମ୍ୟାଚ୍‌ରେ ୪୭ ହାରରେ ୨୧ ଓ୍ଵିକେଟ୍ ନେଇଛନ୍ତି। ଷ୍ଟ୍ରାଇକ୍ ରେଟ୍ ୭୭ ରହିଛି। ଅନ୍ୟଟେ ଯଶପ୍ରୀତ ବୁମରା ୩ଟି ମ୍ୟାଚ୍‌ରେ ୨୭  ହାରରେ ୧୪ ଓ୍ଵିକେଟ୍ ନେଇଛନ୍ତି। ଷ୍ଟ୍ରାଇକ୍ ରେଟ୍ ୫୭ ରହିଛି। ଚାରି ବୋଲରଙ୍କ ରେକର୍ଡ ଦେଖିଲେ ଭୁବନେଶ୍ଵର କୁମାରଙ୍କ ଓ୍ଵିକେଟ୍ ନେବା ହାର ଏବଂ ଷ୍ଟ୍ରାଇକ୍ ରେଟ୍ ଅନ୍ୟ ତିନି ବୋଲରଙ୍କଠୁ ଉନ୍ନତ ରହିଛି।

ଫର୍ମରେ ଅଛନ୍ତି ଭୁବନେଶ୍ଵର କୁମାର

କେବଳ ଏତିକି ନୁହେଁ ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ଘରୋଇ ସିରିଜ୍‌ରେ ମଧ୍ୟ ଭୁବନେଶ୍ଵର କୁମାର ପ୍ରଭାବଶାଳୀ ବୋଲିଂ କରିଥିଲେ। ଯେଉଁ ପିଚ୍‌ରେ ଅନ୍ୟ ବୋଲର ନିର୍ଘାତ ପ୍ରହାର ଖାଉଥିଲେ, ସେଠାରେ ଭୁବନେଶ୍ଵର କୁମାର ବିରୋଧୀଙ୍କ ବ୍ୟାଟିଂ ଉପରେ ଅଙ୍କୁଶ ଲଗାଉଥିଲେ। ଦିନିକିଆ ସିରିଜ୍‌ରେ ଭୁବନେଶ୍ଵର କୁମାର ୩ଟି ମ୍ୟାଚ୍‌ରୁ ୬ ଓ୍ଵିକେଟ୍ ନେଇଥିଲେ। ଏହା ବ୍ୟତୀତ ଅହମ୍ମଦାବାଦରେ ଖେଳାଯାଇଥିବା ଟି-୨୦ ସିରିଜ୍‌ରେ ସେ ୪ ଓ୍ଵିକେଟ୍ ନେଇଥିଲେ। ଇକୋନୋମି ହାର ମଧ୍ୟ ବହୁତ କମାଲ ଥିଲା। ଏଥିରୁ ସ୍ପଷ୍ଟ ଯେ, ଭୁବନେଶ୍ଵର କୁମାର ସହିତ ଫର୍ମ ଅଛି ଏବଂ ଫିଟ୍ ମଧ୍ୟ ଅଛନ୍ତି। ମାତ୍ର ଦଳର ଚୟନକର୍ତ୍ତା ତାଙ୍କ ପ୍ରତି ଅଣଦେଖା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.