Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଶିଖର ଧାଓ୍ଵନଙ୍କ ଉପରେ ଭାରି ପଡିଲେ ଭୁବନେଶ୍ଵର କୁମାର, ସୂର୍ଯ୍ୟକୁମାର ଖେଳିଲେ ଦମଦାର ଇନିଂସ

5/07/2021 at 10:41 PM

କଲୋମ୍ବୋ ୦୫।୦୭: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳ ଦିନିକିଆ ସିରିଜ୍ ପୂର୍ବରୁ ଖେଳାଳିଙ୍କୁ ଦୁଇ ଦଳରେ ବିଭକ୍ତ କରି ଅଭ୍ୟାସ୍ ମ୍ୟାଚ୍ ଖେଳିଛୋ। ଏଠାକାର ଏସଏସସି ପଡିଆରେ ଭାରତୀୟ ଖେଳାଳି ପରସ୍ପର ମଧ୍ୟରେ ଟି-୨୦ ଅଭ୍ୟାସ୍ ମ୍ୟାଚ୍ ଖେଳିଛନ୍ତି। ମୁକାବିଲାରେ ଶିଖର ଧାଓ୍ଵନ ଏକାଦଶ ପକ୍ଷରୁ ମନୀଷ ପାଣ୍ଡେ ଏବଂ ଭୁବନେଶ୍ଵର କୁମାର ଏକାଦଶ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଛନ୍ତି।

ପ୍ରଥମେ ବ୍ୟାଟିଂ କରି ଧାଓ୍ଵନ ଏକାଦଶ ପାଣ୍ଡେଙ୍କ ୪୫ ବଲରୁ ୬୩ ରନର ଇନିଂସ ବଳରେ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୫୪ ରନ କରିଥିଲା। ବିରୋଧୀ ଦଳ ପକ୍ଷରୁ ଭୁବନେଶ୍ଵର କୁମାର ସଫଳ  ବୋଲର ଭାବେ ୨୩ ରନ ଦେଇ ଓ୍ଵିକେଟ୍ ନେଇଥିଲେ।

ଜବାବରେ ପୃଥ୍ଵୀ ସ ଓ ଦେବଦତ୍ତ ପାଡିକଲ ପ୍ରଥମ ଓ୍ଵିକେଟ୍‌ରେ ଦ୍ରୁତ ୬୦ ରନ ଯୋଡି ଭୁବନେଶ୍ଵର ଏକାଦଶକୁ ଭଲ ଆରମ୍ଭ ଦେଇଥିଲେ। ଏହା ପରେ କ୍ରିଜକୁ ଆସି ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ଏହି  ଇନିଂସ ବଳରେ ଭୁବନେଶ୍ଵର ଏକାଦଶ ୧୭ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ବୋଲିଂ କୋଚ୍ ପାରସ ମହାମ୍ବ୍ରେ ବିସିସିଆଇ.ଟିଭିକୁ କହିଛନ୍ତି, କୋଚିଂ ଷ୍ଟାଫ ଖେଳାଳିଙ୍କ ପ୍ରଦର୍ଶନରେ ଖୁସି। ଖେଳାଳି ନିଜର ଶତ ପ୍ରତିଶତ ପ୍ରଦାନ କରିଛନ୍ତି। ଦଳ ସିରିଜ୍ ପାଇଁ ଭଲ ପ୍ରସ୍ତୁତି ଚଳାଇଛି।

   Related Posts